ଗଜପତି ଜିଲ୍ଲାର ବେତ କାରିଗରି ବୃଷି ବଞ୍ଚାଇ ରଖିଛନ୍ତି ମାତ୍ର ୪ ଆଦିବାସୀ ପରିବାର ।
ଆର,ଉଦୟଗିରି(ମନୋଜ ପାଢ଼ୀ) – ବେତ ତିଆରି ସାମଗ୍ରୀ ଆଉ ବଜାରରେ ପ୍ରାୟ ଦେଖିବାକୁ ମିଳୁନି। ପୂର୍ବଭଳି ବ୍ୟବସାୟ ମଧ୍ୟ ଚାଲୁନାହିଁ। ନିକଟ ଜଙ୍ଗଲରେ ବି ଆଉ ସହଜରେ ବେତ ମିଳୁନାହିଁ।
ଏଣେ ଜିଏସ୍ଟି ସମସ୍ୟା ସାଙ୍ଗକୁ ପରିବହନ ଦର ବାଧୁଥିବାରୁ ବାହାରୁ କଞ୍ଚାମାଲ୍, ଅର୍ଥାତ ବେତ କ୍ରୟ କରି ବେଉଷାୟ ବଞ୍ଚାଇ ରଖିବା କଷ୍ଟକରଫଳରେ ଗଜପତିରେ କୌଳିକ ବୃତ୍ତ ଉପରୁ ବେତ କାରିଗର ପରିବାରଙ୍କ ମୋହଭଙ୍ଗ ଲକ୍ଷ୍ୟ କରାଯାଇଛି। ତଥାପି ଦୂର ଜଙ୍ଗଲରୁ ବେତ ସଂଗ୍ରହ କରି ନିଜ କାରିଗରି ଓ ବୃଦ୍ଧିକୁ ବଞ୍ଚାଇ ରଖିଛନ୍ତି ମାତ୍ର ୪ଟି ଆଦିବାସୀ ପରିବାରା କୌଣସି ଆର୍ଥିକ ସହାୟତା ନାହଁ କି ରଣ କ୍ଷେତ୍ରରେ ବ୍ୟାଙ୍କରୁ ମଧ୍ୟ ସହଯୋଗ ମିଳୁନାହିଁ । ଉପରୋକ୍ତ କାରଣରୁ ଏହି ପରିବାରଗୁଡ଼ିକ ଅନେକ ଦିନ ହେଲା ଏହି ପାରମ୍ପରିକ ବୃତ୍ତାରୁ ଦୂରେଇଗଲେଣି କୌଶଳ ଜାଣିଛନ୍ତି, କିନ୍ତୁ ସମ୍ବଳ ନାହିଁ।
ଗଜପତି ଜିଲ୍ଲାର ବେତ କାରିଗର ପରିବାର ଏବେ ସଂକଟରୋ ବ୍ୟବସାୟରେ ଉନ୍ନତି ହୋଇପାରୁ ନଥିବା ବେଳେ ସେମାନଙ୍କ ବେଉଷାୟ ବି ଉଜୁଡ଼ିବାକୁ ବସିଲାଣି ଆଦିବାସୀ ଉନ୍ନୟନ ସଂସ୍ଥା ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ସହଯୋଗରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ର ଆଦିବାସୀ ଅଧ୍ଯୁଷିତ କଇଁପୁର ଅଞ୍ଚଳରେ କିଛି ଲୋକ ବେତ କାରିଗରି ତାଲିମ ପାଇଥିଲେ।
ତାଲିମ ନେବା ପରେ ପ୍ରାୟ ୮୦ରୁ ଅଧିକ ପରିବାର ବେତରେ ବିଭିନ୍ନ ଘରକରଣା ସାମଗ୍ରୀ ନିର୍ମାଣ କରି ବେଶ୍ ରୋଜଗାରକ୍ଷମ ହୋଇପାରିଥିଲେ। ବେତ ନିର୍ମିତ ଚଉକି, ସୋଫା, ଟେବୁଲ୍, ଆଲମାରି, ଫୁଲଦାନୀ ଆଦି ତିଆରି କରୁଥିଲେ। ହାଲୁକା ସହ ସୁନ୍ଦର ଏବଂ ସ୍ଥାୟିତ୍ଵ ଯୋଗୁଁ ବଜାରରେ ଏହାର ଚାହିଦା ମଧ୍ୟ ଯଥେଷ୍ଟ ରହିଥିଲା। ବର୍ତ୍ତମାନ କଞ୍ଚାମାଲ୍ ଓ ପ୍ରୋତ୍ସାହନ ଅଭାବ ଏମାନଙ୍କ ପାଇଁ ସମସ୍ୟା ପାଲଟିଛି!ପୂର୍ବରୁ ଆଦିବାସୀ ଉନ୍ନୟନ ସଂସ୍ଥା ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ତାଲିମ ଦେବା ସହ ସହଯୋଗ ଯୋଗାଇ ଦେଉଥିଲା | କିନ୍ତୁ ଏବେ ଏହା ଆଉ ସଂସ୍ଥା ଅଧୀନରେ ନାହିଁ | ସରକାରଙ୍କ ଜୀବିକା ମିସନ୍ ଯୋଜନା ମାଧ୍ୟମରେ ଆଗ୍ରହୀ ଆଦିବାସୀ ପରିବାରକୁ ସହାୟତା ଦିଆଯିବା ସହ ବେତ କାରିଗରି ବୃତ୍ତର ଉନ୍ନତି ଦିଗରେ ଦୃଷ୍ଟି ଦେବାକୁ ଓ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଆଦିବାସୀ କାରିଗର ପରିବାର ଉପାନ୍ତ ଆଦିବାସୀ ଇଲାକାର ବେତ କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଗଲେ, ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଜିଲ୍ଲାର ବେତର କୁଟୀରଶିଳ୍ପ ବଞ୍ଚି ରହିପାରିବ ବୋଲି ମତପ୍ରକାଶ ପାଇଛି।

