ନୁଆଗଡ ଉତ୍ସବ ମଶାଲ ଶୋଭାଯାତ୍ରା ।

ନୁଆଗଡ-ଉତ୍ସବ-ମଶାଲ-ଶୋଭାଯାତ/

ନୁଆଗଡ ଉତ୍ସବ ମଶାଲ ଶୋଭାଯାତ୍ରା ।

ଗଜପତି,୮.୧.(ମନୋଜ ପାଢୀ)- ଆସନ୍ତା ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନୁଆଗଡ ବ୍ଳକସ୍ତରୀୟ ରିଷିଶୃଙ୍ଗ ତଥା ଗଜପତି ମହୋତ୍ସବ । ମହେନ୍ଦ୍ରଗିରି ଗୋକଣ୍ଣେଶ୍ବର ମନ୍ଦିରରୁ ମଶାଲକୁ ବାହାରି ମୁଖ୍ୟ ରାସ୍ତାରେ ଥିବା ଖଜୁରୀପଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମଶାଲକୁ ସ୍ବାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ଦାସ ମଶାଲ ଶୋଭାଯାତ୍ରା କରିଥିଲେ ।

ବ୍ଳକ୍ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ଖଜୁରୀପଦା ଗ୍ରାମ ପଞ୍ଚାୟତ ଅଧିକାରୀ ଓ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ର ଓ ବ୍ଲକର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଖଜୁରୀପଦା ଠାରୁ ମଶାଲକୁ ଶୋଭାଯାତ୍ରା ସହ ବାହାରି ନୁଆଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ନିଆଯାଇଥିଲା ।