୭୭ତମ ଜିଲ୍ଲାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

୭୭ତମ ଜିଲ୍ଲାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

୭୭ତମ ଜିଲ୍ଲାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଗଜପତି,୬.୧.(ମନୋଜ ପାଢ଼ୀ)- ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ପୃଥ୍ଵୀରାଜ ମଣ୍ଡଳ, ପ୍ରମୁଖ ମଞ୍ଚାସିନ ଥିଲେ । ଜାତୀୟ ଉତ୍ସବ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତ ୪.୩୦ ଘଟିକା ସମୟରେ ସହରରେ ରାମଧୂନ ପରିବେଷଣ କରାଯିବ ଓ ସକାଳ ୬ ଘଟିକା ସମୟରେ ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ କରାଯିବ । ସମସ୍ତ ସରକାରୀ, ବେସରକାରୀ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଉକ୍ତ ଦିନ ସକାଳ ଘ.୭.ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ, ସହରର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିପାରିବେ । ଏଥି ସକାଶେ ଜାନୁଆରୀ ୨୨ ରିଖ ଠାରୁ ୨୪ ରିଖପଯ୍ୟନ୍ତ ତିନି ଦିନ ଧରି ପ୍ୟାରେଡ଼ ଅଭ୍ୟାସ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ମୁଖ୍ୟ ଉତ୍ସବ ଦିନ ସକଳ ୮ଘଟିକା ୩୦ ମିନଟ ସମୟରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ ଓ ଅଭିଭାଷଣ ପ୍ରଦାନ କରିବେ। ସେହିପରି ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ଡ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ । ଜିଲ୍ଲାର ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ତଥା ଜିଲ୍ଲାର ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯିବ । ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବରେ ପୁରସ୍କୃତ କରାଯିବ ।

ବୈଠକରେ ସୁବଳ ସୋରେନ,ସହକାରୀ,କମାଣ୍ଡାଣ୍ଟ ଓଡ଼ିଶା ତୃତୀୟ ବାଟାଲିୟନ ଗଜପତି, ନିରଞ୍ଜନ ନାୟକ, ରିଜର୍ଭ ଇନ୍ସପେକ୍ଟର ଅଫ୍ ପୋଲିସ ଗଜପତି,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ,ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ନିର୍ବାହୀ ଅଧିକାରୀ ପୌରପରିଷଦ ପାରଳାଖେମୁଣ୍ଡି ଲକ୍ଷ୍ମଣ କୁମାର ମୁର୍ମୁଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଗଣ,ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଗଣ ମାଧ୍ୟମର ପ୍ରତିନିଧିଗଣ, ବ୍ୟାଙ୍କ ଶାଖା ପରିଚାଳକ,ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଓ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।