ନବୀନଙ୍କୁ ଶୁଭେଛା ଜଣାଇଲେ ପାରଳା ବିଧାୟକ
ଗଜପତି,୪.୧.୨୦୨୬(ମନୋଜ ପାଢ଼ୀ) ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଆଜି ଭୁବନେଶ୍ଵର ସ୍ଥିତ ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ନବୀନ ପଟ୍ଟନାୟକ ପାରଳା ମହାରାଜାଙ୍କ ପରିବାର ସହ ରହିଥିବା ତାଙ୍କ ସମ୍ପର୍କ କଥା କହି ତାଙ୍କ ଜେଜେବାପା ଲକ୍ଷ୍ମୀନାରାୟଣ ପଟ୍ଟନା ନାୟକ ସ୍ବର୍ଗତ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଦିୱାନ ଏବଂ କିମ୍ବଦନ୍ତୀ ବିଜୁ ପଟ୍ଟନାୟକଙ୍କ ସହ ମଧ୍ୟ ସ୍ବର୍ଗତ ମହାରାଜାଙ୍କ ସମର୍ଥନରେ ପାଇଲଟ୍ ତାଲିମ ପାଇଁ ଫେଲୋସିପ୍ ପାଇବା କଥା କହିଥିଲେ | ବିଧାୟକଙ୍କ ସହ ଜିଲ୍ଲାର ଉନ୍ନୟନମୁଳକ କାର୍ଯ୍ୟ, ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ବିଧାୟକଙ୍କ ସହ ତାଙ୍କ ସୁପୁତ୍ରି ମଧ୍ୟ ଉପସ୍ଥିତ ଥିଲେ।
