ରେମଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୫/୨୬ ର ବିଦ୍ଯାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ପିଏମଶ୍ରୀ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ଯାଳୟ ସ୍ତରୀୟ୨୦୨୫/୨୬ର ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚାରୋଟି କ୍ଲବ ରେ ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଚାରକ ଭାବେ ସଂଜୀବ କୁମାର ପ୍ରଧାନ, ଗୋବିନ୍ଦ ସେଠ, ସଂଜୀବ ନାୟକ, ଜଗନ୍ନାଥ ଦାଶ, ପ୍ରତାପ କେଶରୀ ବହିଦାର ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବ ପ୍ରଥମେ ଅତିଥି ମାନକଂ ପକ୍ଷରୁ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵାଧୀନତା ସଂଗ୍ରାମୀ ତଥା କର୍ମବୀର ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ପ୍ରତି ମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ଵଳନ କରି ପୂଜାର୍ଚ୍ଚନା କରାଯାଇଥିଲା। ପରେ ସଭା ମଂଚ ନିକଟରେ ଅତିଥି ମାନେ ସରସ୍ଵତୀ, ଗଣେଶ, ମାଁ ସମଲେଶ୍ଵରୀ ଦେବୀ ଓ ମଙ୍ଗଳୁ ପ୍ରଧାନ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମଂଚ ପରିଚାଳନା କରିଥିଲେ ଶିକ୍ଷକ ଗୋବିନ୍ଦ ସେଠ।
ଏଥିରେ ସଭାପତିତ୍ବ କରିଥିଲେ ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ, ମୁଖ୍ୟଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ସମ୍ମାନିତ ଅତିଥି ଭାବେ ଏବିଓ ହେମବତୀ ମେହେର, ଏସଏମସି ଚେୟାରମେନ ରାଶେଶ୍ବରୀ ଭୋଇ, ପିଏସଏଏ ସଭାପତି ବାଲଗୋବିଦ ବାବୁ କୋଷାଧ୍ୟକ୍ଷ ଶିବ ପ୍ରସାଦ ଖମାରୀ, ସମିତି ସଭ୍ୟା ରିଂକି ସେଠ,ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ସନନ୍ତ କୁମାର ଦାଶ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ଭୋଇ ଯୋଗ ଦେଇଥିଲେ। ଶିକ୍ଷୟତ୍ରୀ ଅନୁପମା ପଣ୍ଡା, ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ସହିତ ପୁଷ୍ପମାଲ୍ଯ ଓ ଉପଢ଼ୌକନ ପ୍ରଦାନ କରିଥିଲେ।
ପ୍ରଧାନଶିକ୍ଷକ ଶ୍ରୀ ଭୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଉଦେଶ୍ୟ ଜ୍ଞାପନ କରିଥିଲେ ଶିକ୍ଷକ ଦେବ ପ୍ରସନ୍ନ ଦାସ। ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ନୀରରଂଜନ ପଟ୍ଟନାୟକ ।ଦ୍ଵିତୀୟ ଅଧିବେଶନରେ ସଭାପତିତ୍ବ କରିଥିଲେ ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ, ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ଏସଏମସି ଚେୟାରମେନ ରାଶେଶ୍ବରୀ ଭୋଇ, ଏବିଓ ହେମବତୀ ମେହେର, ବରଗଡ ସାଂସଦ ପ୍ରତିନିଧି ଯଶୋବନ୍ତ ସେଟ, ପିଏସଏଏ ଉପସଭାପତି ଗଂଗାଧର ମେହେର, କୋଷାଧ୍ୟକ୍ଷ ଶିବ ପ୍ରସାଦ ଖମାରୀ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ଭୋଇ, ଭେଡେନ ନୋଡାଲ ସେଣ୍ଟର ଶିକ୍ଷକ ରଂଜନ କୁମାର ନାୟକ।
ଏହି ପିଏମଶ୍ରୀ ଉତ୍ସବ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଏନସିସି ଛାତ୍ର ମାନେ ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ।
