ମେଗା ନିଯୁକ୍ତି ମେଳା ୨୦୨୬ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ମେଗା ନିଯୁକ୍ତି ମେଳା ୨୦୨୬ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ମେଗା ନିଯୁକ୍ତି ମେଳା ୨୦୨୬ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ରାୟଗଡ଼(ଅମୁଲ୍ୟ ନିଶଙ୍କ ):  ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କର ଅଧକ୍ଷତାରେ ଆଗାମୀ ବୃହତ୍ତ ନିଯୁକ୍ତି ମେଳା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଜିଲ୍ଲାପାଙ୍କ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିବୀନ ଚନ୍ଦ୍ର ନାଏକ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରlୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଆଦି ଯୋଗଦେଇଥିଲେ l ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୁଶ୍ରୀ ସ୍ଵର୍ଣ ଲତା ରାଉତ ସମସ୍ତଙ୍କୁ ସ୍ୱାଗତ କରି ନିଯୁକ୍ତି ମେଳା ଆୟୋଜନର ଉଦେଶ୍ୟ ଉପରେ ଉପସ୍ଥାପନା କରିଥିଲେ l

ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ବୈଠକକୁ ଅଧ୍ୟକ୍ଷତା କରି କହିଲେ ଜିଲ୍ଲାର ବହୁ ବେକାର ଯୁବକ ଯୁବତୀ ଯେପରି ଉପକୃତ ହେବେ ସେଥିପାଇଁ ବହୁ ନିଯୁକ୍ତି ସଂସ୍ଥା ଯେପରି ସାମିଲ ହେବେ ସେଥିପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କରାଯିବକୁ କହିଥିଲେ l ଜିଲ୍ଲାର ନିଯୁକ୍ତି ମେଳା ମାଧ୍ୟମରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟରଖି ଜିଲ୍ଲାରୁ ଅତି କାମରେ ୪୦୦ଜଣକୁ ନିଯୁକ୍ତି ଦେବାକୁ ଲକ୍ଷ ରଖାଯାଇଛି। ଆସନ୍ତା ଫେବୃଆରୀର ପ୍ରଥମ ସପ୍ତାହରେ ମେଗା ଜବ୍ ଫେୟାର ଆୟୋଜିତ କରାଯିବl ନିମନ୍ତେ ନିର୍ଧାରଣ ହୋଇଛି l

ଜିଲ୍ଲାରେ ସମଦୂରତାକୁ ଦେଖି ଏବଂ ସବୁ ଆଡୁ ଯେପରି ଆସିପାରିବେ ସେ ଦୁଷ୍ଟି ଜିଲ୍ଲାପାଳ ବିଷମ କଟକ ବ୍ଲକର ମିନି ଷ୍ଟାଡିଅମ ଠାରେ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି lମେଗା ଜବ୍ ଫେୟାର ୨୦୨୫-୨୬ ଅଂଶଗ୍ରହଣକାରୀ ମାନଙ୍କ ସହ, କମ୍ପାନୀ ଓ ସ୍ଥାନୀୟ ଏମ୍ଏସ୍ଏମ୍ଇ ସହିତ ଫୋକସ୍ ଗ୍ରୁପ୍ ସହ ଆଲୋଚନା କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହିଥର ଷ୍ଟାର୍ଟଅପ୍‌, ମୁଦ୍ରା ଲୋନ ଉପଭକ୍ତlଙ୍କ ଆନୁଭୁତି ଉପସ୍ଥାପନା କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ରାୟଗଡ଼ବକୁ ନିର୍ଦେଶ ଦେଇଥିଲେ l

ପୂର୍ବବର୍ତ୍ତୀ ଜବ୍ ଫେୟାରର ସଫଳତାରେ ଆଧାରିତ ନିଯୁକ୍ତି ପାଇଥିବା ଏହି କାର୍ଯ୍ୟକ୍ରମ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନରେ ସାହାଯ୍ୟ କରିବ । ଆରକ୍ଷୀ ଅଧିକ୍ଷକ ରାୟଗଡ଼ ଆଇନ ଶୁଙ୍ଖଳା ଵ୍ୟବସ୍ଥା କରିବେ, ସିଡିଏମଓ ସ୍ୱାସ୍ଥ୍ୟ ସମସ୍ୟା ବୁଝିବେ, ଗ୍ରାମୀୟ ଜଳାଯୋଗାଣ ବିଭlଗ ପିଇବା ପାଣି ଵ୍ୟବସ୍ଥା କରିବ, ଅଗ୍ନି ସମ୍ମ ବିଭାଗ ଅଗ୍ନି ନିରାପତ୍ତା ପ୍ରତି ଧ୍ୟାନ ଦେବେ ବୋଲି ସ୍ଥିର କରାଯାଇଛି l ଏହି ବୈଠକରେ ଅବ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ