ବରଗଡ – (ଭବାନୀ ଶଙ୍କର ପାଢ଼ୀ) ୭୮ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ ମଥୁରା ଅଧିପତି ତ୍ରିପୁର ବିଜୟୀ ମହାରାଜ କଂସାସୁର ଙ୍କର ଆଦେଶ କୁ ପାଳନ କରି ଜିଲ୍ଲା ସମାଜସେବୀ ସଂଘ ବରଗଡ଼ ଦୀର୍ଘ ୧୧ ଦିନ ଧରି ଧନୁଯାତ୍ରା ଦେଖି ଆସୁଥିବା ମଥୁରା ନଗରୀର ପ୍ରଜା ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିଥିଲା |ଏହି ଚିକିତ୍ସାରେ ୧୨୬ ଜଣ ପ୍ରଜା ଚିକିତ୍ସିତ ହୋଇ ସୁସ୍ଥ ଅନୁଭବ କରିଛନ୍ତି |ଏହି ପ୍ରାଥମିକ ଚିକିତ୍ସା ରେ ଶ୍ରୀମାନ ଡ଼. ନିରଜ ଦାଶ ଶର୍ମା, ସେଭେନ ହିଲ ପାଥୋଲେବ ର ପ୍ରତିଷ୍ଠାତା ଶ୍ରୀମାନ ଜଗଦିଶ ସାହୁ ଓ ତାଙ୍କ ସହଯୋଗୀ ଉପସ୍ଥିତ ରହି ନିଜ ଦାଇତ୍ୱ କୁ ସୁଚାରୁ ରୂପେ ତୁଲେଇ ଆସି ଥିଲେ |ଏହି ସେବା କାର୍ଯ୍ୟ ସଂଘର ସଭାପତି ଶ୍ରୀମାନ ବଳିଷ୍ଠ ଦୁର୍ଗାଙ୍କ ନେତୃତ୍ୱରେ ହୋଇଥିଲା। ସଂଘ ର ସଦସ୍ୟ ରାଜେଶ ଶର୍ମା, ଜୟନ୍ତ ଭୋଇ, ରାଜେଶ ପୁରୋହିତ, ଅନିଲ ବେହେରା, ଅନିଲ ପ୍ରଧାନ, ଦୀପକ ଦାଶ, ଅନନ୍ତ ପ୍ରଧାନ, ଚିତ୍ତ ରଞ୍ଜନ ସାହୁ, ଚଉବର୍ଗ ପ୍ରଧାନ, କୀର୍ତି ମହାନନ୍ଦ, ଶିବ ଲୁହା, ନାରାୟଣ ସିଂ, ପରମେଶ୍ୱର ନାଥ ମନୋଜ ବାଗ, ମିଠାରାମ ସାହୁ, ମୋହନଲାଲ ଅଗ୍ରୱାଲ, ଧୀରେନ୍ଦ୍ର କୁମାର ପୃଷ୍ଟି, ହାରମିତ ସିଂ, ଅନିଲ ପାଇକ, ରତନ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ |ପ୍ରତ୍ୟେକ ଦିନ ମଥୁରାନଗରୀ ରଙ୍ଗ ମହଲ ପରିସରରେ ସଫେଇ ଅଭିଯାନ କରା ଯାଇଥିଲା |ମହାରାଜ କଂସ ଆମ ସଂଘକୁ ଯୋଗ୍ୟ ଭାବି ଏହି ସବୁ କାର୍ଯ୍ୟ କରିବା ପାଇଁ ଦାଇତ୍ୱ ଦେଇଥିବାର ମହାରାଜ କଂସଙ୍କୁ ଏବଂ ଧନୁଯାତ୍ରା କମିଟି ର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଶ୍ରୀମାନ ଆଦିତ୍ୟ ଗୋୟଲ ଆଜ୍ଞା ଙ୍କୁ ଜିଲ୍ଲା ସମାଜସେବୀ ସଂଘ ତରଫରୁ ବହୁତ ବହୁତ ଧନ୍ୟବାଦ |🙏

