ନିର୍ଗୁଣ୍ଡି ଡବଲ୍ ମର୍ଡର ମାମଲା: ୩ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଧରପଗଡ଼ ଜାରି

ନିର୍ଗୁଣ୍ଡି ଡବଲ୍ ମର୍ଡର ମାମଲା: ୩ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଧରପଗଡ଼ ଜାରି

ନିର୍ଗୁଣ୍ଡି ଡବଲ୍ ମର୍ଡର ମାମଲା: ୩ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଧରପଗଡ଼ ଜାରିଚୌଦ୍ବାର :ଟାଙ୍ଗୀ ଥାନା ଅଧୀନ ନିର୍ଗୁଣ୍ଡି ଡବଲ୍ ମର୍ଡର ଘଟଣାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଏକ ଗ୍ୟାରେଜ ମ୍ୟାନେଜର, ଜଣେ କର୍ମଚାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ। ଏମାନଙ୍କ ବିରୋଧରେ ୨ ଜଣ ଯୁବକଙ୍କୁ ବାନ୍ଧି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ରହିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଣା ସହିତ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଧରପଗଡ଼ ଜାରି ରହିଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଗିରଫ ସମ୍ଭାବନା ରହିଛି।