ବାରିପଦାରେ ଚଳନ୍ତା ଅବସ୍ଥାରେ ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟର୍, ଅଳ୍ପକେ ରକ୍ଷା ପାଇଲେ ଚାଳକ

ବାରିପଦାରେ ଚଳନ୍ତା ଅବସ୍ଥାରେ ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟର୍, ଅଳ୍ପକେ ରକ୍ଷା ପାଇଲେ ଚାଳକ

ବାରିପଦାରେ ଚଳନ୍ତା ଅବସ୍ଥାରେ ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟର୍, ଅଳ୍ପକେ ରକ୍ଷା ପାଇଲେ ଚାଳକ

Information Media | Deepak Panda

ବାରିପଦା :ବାରିପଦା ସହର ସନ୍ନିକଟ ଦେଉଳି ଅଞ୍ଚଳରେ ଶୁକ୍ରବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବାରିପଦା–ଶୁଳିଆପଦା ରାସ୍ତାରେ ଯାଉଥିବା ବେଳେ ହଠାତ୍ ଏକ ଇଲେକ୍ଟ୍ରିକ୍ ସ୍କୁଟର୍‌ରୁ ଧୁଆଁ ବାହାରି ନିଆଁ ଲାଗିଯାଇଥିଲା।ସ୍କୁଟର୍‌ରୁ ନିଆଁ ବାହାରୁଥିବା ଦେଖି ଚାଳକ ତୁରନ୍ତ ସାବଧାନତାର ସହ ସ୍କୁଟର୍‌ଟିକୁ ରାସ୍ତା ପାଖକୁ ଛାଡ଼ି ଦୂରକୁ ଚାଲିଯାଇଥିଲେ। ଏହା ଫଳରେ ସେ ଅଳ୍ପକେ ପ୍ରାଣରକ୍ଷା ପାଇଥିବା ଜଣାପଡ଼ିଛି।

ଖବର ପାଇ ସତ୍ୱର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ତେବେ ତା’ପୂର୍ବରୁ ସ୍କୁଟର୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଥିଲା।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବ୍ୟାଟେରି ତ୍ରୁଟି ହେତୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।