ଖାଦ୍ୟ ଅନ୍ଵେଷଣରେ ଘୂରି ବୁଲୁଛନ୍ତି ହାତୀ ପୋଲ ।

ଖାଦ୍ୟ ଅନ୍ଵେଷଣରେ ଘୂରି ବୁଲୁଛନ୍ତି ହାତୀ ପୋଲ ।

ଖାଦ୍ୟ ଅନ୍ଵେଷଣରେ ଘୂରି ବୁଲୁଛନ୍ତି ହାତୀ ପୋଲ ।

ଗଜପତି,୨.୧.୨୦୨୬(ମନୋଜ ପାଢ଼ୀ) ପ୍ରଭାତ କୁମାର ପାତ୍ର– କାଶୀନଗରର ଆନ୍ଧ୍ର ସୀମାନ୍ତ ବଂଶଧାରା ଉପକୂଳରେ ପ୍ରତିବର୍ଷ ଏହି ସମୟରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ଖାଦ୍ୟ ଅନ୍ବେଷଣରେ ଧାନଫସଲ ଖାଇବାକୁ ହାତୀ ପୋଲ ଚାଲିଆସୁଛନ୍ତି। ବନ ବିଭାଗର ତଥ୍ୟ ଅନୁସାରେ ଏପ୍ରିଲ୍ ଓ ମେ’ ମାସରେ ମଧ୍ୟ କାଶୀନଗର ଓ ଗୋଷାଣୀ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଛି। ହେଲେ ଗତକିଛି ଦିନ ହେଲା ଜାଶୀନଗର ବ୍ଲକ୍ ବୁଦୁରା, ଭାନା, ଖିଡିଙ୍ଗା ଓ ଖାଣ୍ଡବା ଆଦି ଅଞ୍ଚଳରେ ଚାରିଟିକିଆ ହାତୀପଲ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି ବେଳେବେଳେ ଗାଁ ଭିତରେ ପଶି ଘରଦ୍ବାର ଭାଙ୍ଗି ନଷ୍ଟ କରୁଛନ୍ତି । ବନ କର୍ମଚାରୀ ଘଉଡ଼ାଇବାରେ ଓ ଗତିବିଧ‌ି ନିରୀକ୍ଷଣ କରି ଲୋକଙ୍କୁ ସଚେତନ କରାଇବାରେ ବିଫଳ ହୋଇଥିବା ଜନପ୍ରତିନିଧି ଜଗନାଥ ଦୋରା ଓ ଟି.ବାଡୁର ରାଓ ପ୍ରମୁଖ ଅମନ୍ତୋଷ ପ୍ରକାଶ କରିଛନ୍ତି। ତେବେ ହାତୀପଲ ଯେପରି କେହି କ୍ଷତି ନଘଟାନ୍ତି ସେଥିପ୍ରତି ବନବିଭାଗ ଅଧିକ ଗୁରୁତ୍ବ ଦେଉଥିବା କୁହାଯାଇଛି। ଗଜସାଥୀଙ୍କ ୫ଟିଟିମ୍ ରେ ମୋଟ ୨୫ ଜଣ କର୍ମଚାରୀ ୨୪ ଘଣ୍ଟା ନଜର ରଖିଛନ୍ତି ।

୨୦୨୦ ଠାରୁ କ୍ଷୟକ୍ଷତି ବାବଦକୁ ଅନୁକମ୍ପା ରାଶି ଅନ୍‌ଲାଇନ ମାଧ୍ୟମରେ ଆବେଦନ କଲେ ତତ୍‌କ୍ଷଣାତ୍ ଗୋଟିଏ ସପ୍ତାହ ମଧ୍ୟରେ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ପ୍ରକାରେ ୨୦୨୩ରେ ୩୦ ଜଣ ଆବେଦନକାରୀଙ୍କୁ ୩୧ ହଜାର ୪୦୭ ଏକର ଜମି ବାବଦକୁ ୪ ଲକ୍ଷ ୧୩ ହନାର ୮୬୫ ଟଙ୍କା ୨୦୨୪ରେ ୧୩୭ ଆବେଦନକାରୀଙ୍କୁ ୨୮ ହଜାର ୨୮୯ ଏକର ଚାଷଜମି ବାବଦକୁ ୬ ଲକ୍ଷ ୯୦ ହଜାଇ ୨୬୫ ଟଙ୍କା ଓ ୨୦୨୫ରେ ୨୦୨ ଜଣ ଆବେଦନକାରୀଙ୍କ ୪୫ ହଜାର ୮୩୭ଏକର ଚାଷ ଜମିରେ ନଷ୍ଟ ହୋଇଥିବା ଫସଲ ବାବଦକୁ ମୋଟ ୬ ଲକ୍ଷ ୫୧ ହଜାର ୮୩୫ ଟଙ୍କା ଅନୁକମ୍ପାରାଶି ପ୍ରଦାନ କରଯାଇଥିବା ଜଣାପଡିଛି। କାଶୀନଗର ଅଞ୍ଚଳରେ ଏବେ ହାତୀପଲ କ୍ଷତି କରିଥିବା ଫସଲ ନେଇ ଆବେଦନ କଲେ ଗୋଟିଏ ସପ୍ତାହ ମଧ୍ୟରେ ସହାୟତାରାଶି ପାଇପାରିବେ ବୋଲି ଏସିଏଫ୍ ଅରୁଣ କୁମାର ସାହୁ କହିଛନ୍ତି।