ବରଗଡ଼ ଧନୁଯାତ୍ରା: କଂସଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ, ୧୩୬୨ କୋଟିର ୧୨୩ ପ୍ରକଳ୍ପ ଲୋକାର୍ପଣ–ଶିଳାନ୍ୟାସ
ଭୁବନେଶ୍ୱର/ବରଗଡ଼ | ୩୦ ଡିସେମ୍ବର ୨୦୨୫ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ଦର୍ଶକମାନେ ଦେଖିଲେ ଏକ ନିଆରା ଦୃଶ୍ୟ। କଂସ ମହାରାଜଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘କଳିଙ୍ଗ ସମ୍ରାଟ’ ଭାବେ ଉପସ୍ଥିତ ହୋଇ ମଥୁରା (ବରଗଡ଼) ନଗରୀର ବିକାଶର ହିସାବ ପ୍ରଦାନ କରିଥିଲେ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ବରଗଡ଼ ଜିଲ୍ଲା ପାଇଁ ୧୩୬୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୧୨୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି। ଏଥିମଧ୍ୟରେ ୯୮୦.୫୮ କୋଟି ଟଙ୍କା ବ୍ୟୟରେ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ୩୮୨.୨୬ କୋଟି ଟଙ୍କାର ୩୮ଟି ପ୍ରକଳ୍ପର ଉଦ୍ଘାଟନ ସାମିଲ ରହିଛି।
ଗୁରୁତ୍ୱପୂର୍ଣ୍ଣ ଶିଳାନ୍ୟାସ
ଧନୁଯାତ୍ରା ପାଇଁ ସ୍ୱତନ୍ତ୍ର ରଙ୍ଗମହଲ ମଞ୍ଚ – ୧୨.୮୦ କୋଟିବରଗଡ଼ କେନାଲ ସୌନ୍ଦର୍ଯ୍ୟକରଣ (Box Conduit) – ୩୦.୧୭ କୋଟିଜିରା ନଦୀ ଅନ୍ତନଦୀ ଜଳାଶୟ – ୧୧୪.୮୭ କୋଟି
୩୮୦ କୋଟି ଟଙ୍କାର ୪ଟି ନୂଆ ପ୍ରକଳ୍ପ ଘୋଷଣାଜିରା ନଦୀ ଉପରେ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ – ୧୩୨ କୋଟିହାଟପଦାରେ ଭେଣ୍ଡିଙ୍ଗ୍ ଜୋନ୍ – ୩୦ କୋଟିବରଗଡ଼ ସଦରରେ ଅଟଳ ବସ୍ଷ୍ଟାଣ୍ଡ – ୬୫ କୋଟିଗ୍ରୀଣ୍ଡୋଲାରେ ଅନ୍ତନଦୀ ଜଳାଶୟ – ୧୫୦ କୋଟି
କଲ୍ୟାଣ ଯୋଜନାର ହିସାବ
ସୁଭଦ୍ରା ଯୋଜନାରେ ବରଗଡ଼ର ୩,୪୧,୬୧୪ ମହିଳା ୧୦ ହଜାର ଟଙ୍କା ସହାୟତା ପାଇଥିବାବେଳେ, ୨,୪୧,୧୩୫ ଚାଷୀଙ୍କ ଠାରୁ ୧୩.୯୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ୪,୩୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଦୁର୍ନୀତିଖୋରଙ୍କୁ କଡା ଚେତାବନୀମୁଖ୍ୟମନ୍ତ୍ରୀ ମଞ୍ଚରୁ ସପ୍ଷ୍ଟ କହିଥିଲେ—“ସୁଧୁରିଯାଅ, ନହେଲେ ଭିଜିଲାନ୍ସର ଖଣ୍ଡା ବୁଲୁଛି।”ଧନୁଯାତ୍ରା: ସାଂସ୍କୃତିକ ଅର୍ଥନୀତିର ମଡେଲ
ଧନୁଯାତ୍ରାକୁ ଭାରତର Cultural Economy Model ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ପ୍ରକୃଷ୍ଟ ଉଦାହରଣ। ଧନୁଯାତ୍ରା ପାଇଁ ଅନୁଦାନ ୧ କୋଟିରୁ ୧.୫ କୋଟିକୁ ବୃଦ୍ଧି କରାଯାଇଛି ଏବଂ ୨୦୦ କଳାକାରଙ୍କୁ ୧୦ ହଜାର ଟଙ୍କା ସମ୍ମାନ ରାଶି ଦିଆଯାଇଛି।ଧନୁଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେବା ପାଇଁ ପ୍ରୟାସ ଜାରି ରହିଛି।କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ, ବିଧାୟକମାନେ, ଜିଲ୍ଲାପାଳ, ଏସ୍ପି ଓ ଧନୁଯାତ୍ରା ମହୋତ୍ସବ ସମିତିର ପଦାଧିକାରୀମାନେ ଉପସ୍ଥିତ ଥିଲେ।

