ଧର୍ମ ପ୍ରଚାରକୁ ନେଇ ଉତେଜନା ଓ ଥାନାରେ ମାମଲା ରୁଜ୍ଜୁ।
ଗଜପତି, ୨୯.୧୨.୨୦୨୫(ମନୋଜ ପାଢ଼ୀ)- ଧର୍ମନ୍ତିକରଣ ଓ ହିନ୍ଦୁଧର୍ମର ଅପ ପ୍ରଚାର କରି କିଛି ଖ୍ରୀଷ୍ଟିଆନ ସାମ୍ପ୍ରଦାୟ ଲୋକେ ସୋମବାର ଦିନ ପାରଳାଖେମୁଣ୍ଡି ସହରରେ ମାଇକ ଯୋଗେ ପ୍ରଚାର କରୁଥିବା ସମୟରେ ସ୍ଥାନୀୟ ଗୋଲା ସାହି ନିକଟରେ ବିଶ୍ଵହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ବିରୋଧ କରିଥିଲେ । ଯାହାକୁ ନେଇ ଖ୍ରୀଷ୍ଟିଆନ ପ୍ରଚାରକ ଗୋଷ୍ଠି ଓ ବିଶ୍ଵହିନ୍ଦୁ କର୍ମକର୍ତ୍ତା ମୁହାଁମୁହିଁ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପହଞ୍ଚି ପ୍ରଚାରଙ୍କ ଠାରୁ ମିଳିଥିବା ଲିଫଲେଟ ଓ ମାଇକ ଜବତ କରିବା ସହ ୫ଜଣ ପ୍ରଚାରକଙ୍କୁ ପାରଳାଖେମୁଣ୍ଡି ଥାନକୁ ନେଇଥିଲେ । ପରେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମାଚାର୍ଯ୍ୟ ସତ୍ୟ ନାରାୟଣ ସାହୁଙ୍କ ଲିଖିତ ଅଭିଯୋଗ ପରେ ୪୨୨/୨୫ ରେ ଏକ ମାମଲା ରୁଜୁ କରାଯାଇଛି ।
ଅନ୍ୟପକ୍ଷରେ ନିଜ ଧର୍ମର ପ୍ରଚାର କରନ୍ତୁ ସେଥିରେ କୌଣସି ଆସୁବିଧା ନାହିଁ, କିନ୍ତୁ ହିନ୍ଦୁ ଧର୍ମର ଅପପ୍ରଚାର କଦାପି ବରଦାସ୍ତ କରାଯିବ ନାହିଁ, ଏଭଳି କାର୍ଯ୍ୟ କଳାପକୁ ପ୍ରଶାସନ ଦୃଢ ପଦକ୍ଷେପ ନେଉ ବୋଲି ନିବେଦନ କରିଛନ୍ତି ବିଶ୍ଵହିନ୍ଦୁ ପରିଷଦ ଜିଲ୍ଲା ଧର୍ମପ୍ରଚାରକ ମନୋଜ କୁମାର ଦାସ ଓ ବିଶ୍ୱ ହିନ୍ଦୁ ପରିଷଦର ନଗର ସମ୍ପାଦକ ଜି. କୁରୁମା ରେଡି । ଅପରପକ୍ଷେ ଅଟକ 5 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ପୋଲିସ ପକ୍ଷରୁ ନୋଟିସ ଦେଇ ଛଡାଯାଇଥିବାର ଜଣାପଡିଛି ।

