୧୪ ବର୍ଷୀୟା ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ବରିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ରେ ଉପବିଜେତା

୧୪ ବର୍ଷୀୟା ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ବରିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ରେ ଉପବିଜେତା

୧୪ ବର୍ଷୀୟା ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ବରିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ରେ ଉପବିଜେତା

ଭୁବନେଶ୍ବର: ଓଡ଼ିଶାର ଉଦୟମାନ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତନ୍‌ଭୀ ପତ୍ରୀ ଚଳିତ ବରିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ନିଜ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି।ନିକଟରେ ଭୁବନେଶ୍ବରରେ ଆୟୋଜିତ ୩୭ତମ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା (୧୫ ଓ ୧୭ ବର୍ଷରୁ କମ୍)ରେ ଦ୍ବିମୁକୁଟ ହାସଲ କରିଥିବା ତନ୍‌ଭୀ, ରବିବାର ବିଜୟୱାଡାରେ ଶେଷ ହୋଇଥିବା ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଅଳ୍ପକେ ବିଜେତା ହେବାରୁ ବଞ୍ଚିତ ହୋଇଛନ୍ତି।ମହିଳା ଏକକ ଫାଇନାଲ୍‌ରେ ୧୪ ବର୍ଷୀୟା ତନ୍‌ଭୀ ୧୯ ବର୍ଷୀୟା ସ୍ଥାନୀୟ ଖେଳାଳି ସୂର୍ଯ୍ୟା ଚରିଶ୍ମା ତମିରିଙ୍କ ସହ କଡ଼ା ସଂଘର୍ଷ କରିଥିଲେ। ୫୮ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ତନ୍‌ଭୀ ୨୧-୧୭, ୧୨-୨୧, ୧୪-୨୧ରେ ପରାଜିତ ହୋଇ ଉପବିଜେତା ସ୍ଥାନରେ ସନ୍ତୁଷ୍ଟ ରହିଥିଲେ।

ପ୍ରଥମ ଗେମ୍‌ ହାରିବା ପରେ ସୂର୍ଯ୍ୟା ଚରିଶ୍ମା ପରବର୍ତ୍ତୀ ଦୁଇଟି ସେଟ୍‌ ଜିତି ବରିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ସର୍ବକନିଷ୍ଠ ବିଜେତା ହେବାର ସଫଳତା ହାସଲ କରିଥିଲେ।ଅନ୍ୟ ଫଳାଫଳରେ, ପୁରୁଷ ଏକକରେ ରିତ୍ବିକ ସଞ୍ଜୀବ ଏସ୍‌ ୨୧-୧୬, ୨୨-୨୦ରେ ଭରତ ଗୌରବଙ୍କୁ ହରାଇ ବିଜେତା ହୋଇଥିଲେ। ମହିଳା ଯୁଗଳରେ ଶିଖା ଗୌତମ ଓ ଅଶ୍ବିନ ଭଟ୍ଟ ୨୧-୧୪, ୨୧-୧୫ରେ ପ୍ରିୟା ଦେବୀ କୋଞ୍ଜେଗବାମ ଓ ଶ୍ରୁତି ମିଶ୍ରାଙ୍କୁ ପରାଜିତ କରି ଟ୍ରଫି ହାସଲ କରିଥିଲେ।

ପୁରୁଷ ଯୁଗଳରେ ହରିହରଣ ଅମସାକରୁନାନ୍‌ ଓ ଆର୍‌ ରୁବାନ ୨୧-୧୭, ୨୧-୧୨ରେ ମିଥିଲେଶ ପି. କୃଷ୍ଣନ୍‌ଙ୍କୁ ହରାଇଥିବା ବେଳେ ମିଶ୍ରିତ ଯୁଗଳରେ ସାତ୍ତ୍ବିକ ରେଡ୍ଡୀ ଓ ରାଧିକା ଶର୍ମା ୨୧-୯, ୨୧-୧୫ରେ ଅଶିତ ସୂର୍ଯ୍ୟ ଓ ଅମୃତ ପିଙ୍କୁଙ୍କୁ ପରାଜିତ କରି ଚ୍ୟାମ୍ପିଅନ୍‌ ହୋଇଥିଲେ।