ସୀତାକୁଣ୍ଡ ଜଳପ୍ରପାତରେ ଦୁର୍ଘଟଣା: ପିକନିକ ସମୟରେ ଦୁଇ ଭାଇଙ୍କ ମୃତ୍ୟୁ, ଶୋକରେ ଭଦ୍ରକ ଅଞ୍ଚଳ

ସୀତାକୁଣ୍ଡ ଜଳପ୍ରପାତରେ ଦୁର୍ଘଟଣା: ପିକନିକ ସମୟରେ ଦୁଇ ଭାଇଙ୍କ ମୃତ୍ୟୁ, ଶୋକରେ ଭଦ୍ରକ ଅଞ୍ଚଳ

ସୀତାକୁଣ୍ଡ ଜଳପ୍ରପାତରେ ଦୁର୍ଘଟଣା: ପିକନିକ ସମୟରେ ଦୁଇ ଭାଇଙ୍କ ମୃତ୍ୟୁ, ଶୋକରେ ଭଦ୍ରକ ଅଞ୍ଚଳ

ବାରିପଦା | ୨୬/୧୨/୨୦୨୫ (Info Media)ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଶିମିଳିପାଳ ପାଦ ଦେଶରେ ଥିବା ପ୍ରସିଦ୍ଧ ସୀତାକୁଣ୍ଡ ଜଳପ୍ରପାତ ନିକଟରେ ଆଜି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି।ପିକନିକ କରିବାକୁ ଆସିଥିବା ସମୟରେ ଜଳପ୍ରପାତରେ ଗାଧୋଉଥିବା ବେଳେ ପାଦ ଖସିଯିବାରୁ ଦୁଇ ଭାଇ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।ମୃତକମାନେ ହେଲେ ଭଦ୍ରକ ଜିଲ୍ଲା ଅନ୍ଧେଇପାଲ୍ଲି ଗ୍ରାମର ସତ୍ୟବ୍ରତ ନାୟକ (୨୩) ଓ ଅଭିଷେକ ନାୟକ (୧୭)। ଉଭୟ ଏକେ ପରିବାରର ଭାଇ ବୋଲି ଜଣାପଡିଛି।

ସତ୍ୟବ୍ରତ ଏମସିଏ ଛାତ୍ର ଥିବା ବେଳେ ଅଭିଷେକ ଯୁକ୍ତଦୁଇ ବିଜ୍ଞାନର ଛାତ୍ର ଥିଲେ।ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗର ଫାୟାରମ୍ୟାନ ବାବୁଧର ବିନ୍ଧାଣି କହିଛନ୍ତି ଯେ, ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଜଣେ ମୃତକଙ୍କ ଶବ ଉଦ୍ଧାର କରାଯାଇଥିଲା, ଯେଉଁଥିରେ ଅନ୍ୟଜଣଙ୍କୁ ଉଦ୍ଧାର କରିବାକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ଉଭୟଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।ଦୁଇ ଭାଇଙ୍କ ଅକାଳ ମୃତ୍ୟୁରେ ଭଦ୍ରକ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।