ଜ଼ିଲ୍ଲା ଶ୍ରମ ବିଭାଗ ସହାୟତା ରେ ରାୟଗଡା ଫେରିଲା ଦୁଇ ମୃତ ଦେହ ରାୟଗଡା : ପୁରୁଣା ବର୍ଷ କୁ ବିଦାୟ ଓ ନୂତନ ବର୍ଷ କୁ ସ୍ୱାଗତ ଦିନ ହି ରାୟଗଡା ଜ଼ିଲ୍ଲା ରେ ଦେଖିବା କୁ ମିଳିଛିବେକ ହୃଦୟ ସ୍ପର୍ଶି ଘଟଣା l ସୂଚନା ଯୋଗ୍ୟ ଯେ ମୁନିଗୁଡା ଓ କୋଳନରା ବ୍ଲକ ଦୁଇ ଇଂ ବ୍ୟକ୍ତି ଦାଦନ ଶ୍ରମିକ ଙ୍କ ମୃତ ଦେହ ଫେରିଛି l ସୂଚନା ଯୋଗ୍ୟଯେ ମୁନିଗୁଡା ବ୍ଲକ ର ଅଗୁଲ ପଂଚାୟତ ର ନିଆଳି ଗ୍ରାମ ର ବିରେନ ହିସଲା ବୟସ 19 ଓ କୋଳନରା ବ୍ଲକ ର କିନାରୀମୋଡା ନିକଟସ୍ଥ କିରଲପଦର ଗ୍ରାମର ଅଶୋକ ନିମାଲ ବୟସ 22 ଙ୍କ ମୃତ ଦେହ ତାଙ୍କରି ଗ୍ରାମର re ପହଂଚିଥିବା ଅତିରିକ୍ତ ଜ଼ିଲ୍ଲା ଶ୍ରମ ଅଧିକାରୀ ସଂଜୟ କୁମାର ରୋଇତ ଯାଇଛନ୍ତି l ନିଆଳି ଗ୍ରାମ ର ବିରେନ କେରଳ ପ୍ରଦେଶ ର ଏରନାକୁଲମ ଠାରେ କାମ କରୁଥିବା ସମୟରେ ତାହାର ମୃତ୍ୟୁ ଗତ 29/12 ରେ କୌଣସି କାରଣ ତୁ ଆତ୍ମା ହତ୍ୟା କରିଥିଲା l ପରିବାର ବର୍ଗଙ୍କ ସ୍ଥାନୀୟ ପ୍ରସାଶନ କୁ ମୃତ ଦେହ ଆଣିବା ନିମନ୍ତେ ଅନୁରୋଧ କରିଥିଲେ l ଗରିବ ପରିବାର କୁ ସାହାଯ୍ୟ ନିମନ୍ତେ ଶ୍ରମ ବିଭାଗ ର ହସ୍ତକ୍ଷେପ ପରେ ସହକାରୀ ଜ଼ିଲ୍ଲା ଶ୍ରମ ଅଧିକାରୀ ଙ୍କ ସହଯୋଗ ରେ ବିରେନ ଯେଉଁଠାରେ କାମ କରୁଥିଲା ସେହିଠାର ମାଲିକ ଙ୍କ ସହିତ କଥାବାର୍ତା ହୋଇ ମୃତ ଦେହକୁ କେରଳ ରୁ ବିଶାଖପାଟନମ ପର୍ଯ୍ୟନ୍ତ ବିମାନ ରର ଅଣାଯାଇଥିଲା ପରେ ଏକ ଆମ୍ବୁଲାନ୍ସ ଯୋଗେ ବିରେନ ଙ୍କ ଗାଁ ନିଆଳି କୁ ନିଆଯାଇଥିଲା l ଠିକ ସେହିପରି କିରଲପଦର ଗାଁ ର ଅଶୋକ କାକିନାଡ଼ା ଠାରେ କାମ କରୁଥିଲେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କରି ମୃତ୍ୟୁ ବରଣ କରିଥିଲା l ଗତ 6 ମାସ ତଳେ ଅଶୋକ ଆନ୍ଧ୍ର ପ୍ରଦେଶ ର ପୂର୍ବ ଗୋଦାବରୀ ଜ଼ିଲ୍ଲା ର ଏରାବରମ ବି 5 ଅଂଚଳ ରେ ଏକ ଅବନ୍ତି ଫ୍ରୋଯେନ ଫୁଡପ୍ରାଇଭେଟ ଲିମିଟେଡ଼ କମ୍ପାନୀ ରେ କାମ କରୁଥିଲା l ଗତ ମାସ 29/12 ରେ ବଜାର ରୁ ସୌଦା କିଣି ଫେରିବା ସମୟରେ ରାତ୍ରି 9 ଘଂଟିକା ସମୟରେ ଏକ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଓ ସେ ଗୁରୁତର ହୋଇ ସ୍ଥାନୀୟ ଚିକିତ୍ସାଳୟ ରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲା l ଜ଼ିଲ୍ଲା ଶ୍ରମ ବିଭାଗ ସହକାରୀ ଜ଼ିଲ୍ଲା ଶ୍ରମ ଅଧିକାରୀ ଅଶୋକ କାମ କରୁଥିବା କମ୍ପାନୀ ର ମାଲିକ ଙ୍କ ସହିତ କଥା ବାର୍ତା ହୋଇ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦେହ ଆଣି ତାଙ୍କରି ଗାଁ ରେ ପହଞ୍ଚାଇ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ନେତାଜୀ ଇଂରାଜୀ ବିଦ୍ୟାଳୟରେ ରକ୍ତଦାନ ଶିବିର ୩୦ୟୁନିଟ ସଂଗୃହିତ!
ନେତାଜୀ ଇଂରାଜୀ ବିଦ୍ୟାଳୟରେ ରକ୍ତଦାନ ଶିବିର ୩୦ୟୁନିଟ ସଂଗୃହିତ ସେମିଳିଗୁଡା.ତାରିଖ ୮,୧୧,୨୦୨୪: ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ, ନେତାଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ…
ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଖରିଫ ଋତୁରେ ଧାନ କ୍ରୟ ବିକ୍ରୟ ଉପରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଅଛି।
ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଖରିଫ ଋତୁରେ ଧାନ କ୍ରୟ ବିକ୍ରୟ ଉପରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଅଛି। ବରଗଡ-୧୩,୧୧(ଭବାନୀ ଶଙ୍କର…
ଟି-୨୦ ବିଶ୍ବକପରେ ମହିଳା ଖେଳାଳିମାନଙ୍କୁ ପୁରୁଷ ବିଶ୍ବକପ ପରି ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଘୋଷଣା କରିଛି।
ନୂଆଦିଲ୍ଲୀ: ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପରେ ମହିଳା ଖେଳାଳିମାନଙ୍କୁ ପୁରୁଷ ବିଶ୍ବକପ ପରି ସମାନ ପୁରସ୍କାର ରାଶି…