ମଣ୍ଡିରେ ଧାନ ବିକ୍ରୟ ପାଇଁ ଚାଷୀ ସଚେତନତା ପାଇଁ ପ୍ରଚାର ରଥର ଶୁଭାରମ୍ଭ।

ମଣ୍ଡିରେ ଧାନ ବିକ୍ରୟ ପାଇଁ ଚାଷୀ ସଚେତନତା ପାଇଁ ପ୍ରଚାର ରଥର ଶୁଭାରମ୍ଭ।

ମଣ୍ଡିରେ ଧାନ ବିକ୍ରୟ ପାଇଁ ଚାଷୀ ସଚେତନତା ପାଇଁ ପ୍ରଚାର ରଥର ଶୁଭାରମ୍ଭ।

ଗଜପତି,୨୬.୧୨.୨୦୨୫(ମନୋଜ ପାଢ଼ୀ) ଗଜପତି ଜିଲ୍ଲାରେ ଆସନ୍ତା ୩୦ ତାରିଖ ଦିନ ଜିଲ୍ଲା ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ କରା ଯାଇଥିବା ଧାନ ସଂଗ୍ରହ କେନ୍ଦ୍ର ତଥା ପ୍ରାଥମିକ କୃଷି ସମବାୟ ସମିତି ଜରୀଆରେ ସରକାରଙ୍କ ନିର୍ଦ୍ଧାରିତ ଦରରେ ଧାନ କ୍ରୟ କରାଯିବ ।ସେହି ଅବସରରେ ଆଜି ଜିଲ୍ଲାର ଚାଷୀ ମାନଙ୍କ ସଚେତନତା ପାଇଁ ଏକ ପ୍ରଚାର ରଥର ଶୁଭାରମ୍ଭ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଚାଷୀ ସଚେତନତା ପ୍ରଚାର ରଥ’ର ଭାରପ୍ରାପତ୍ତ ଜିଲ୍ଲାପାଳ ଶ୍ରୀ ମନୀନ୍ଦ୍ର କୁମାର ହୋନାଗାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା କହିଛନ୍ତି ଯେ , ଗଜପତି ଜିଲ୍ଲାରେ ଆଗାମୀ ଖରିଫ ଋତୁ ୨୦୨୫-୨୦୨୬ ପାଇଁ ଆସନ୍ତା ୩୦ ତାରିଖରୁ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ।ସେହି ଅବସରରେ ଚାଷୀଙ୍କ ସଚେତନତା ପାଇଁ ଏହି ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି । ଏହି ପ୍ରଚାର ରଥ ଆସନ୍ତା ୪ ଦିନ ଧରି ଜିଲ୍ଲାରେ ଚାଷୀମାନଙ୍କୁ ବିଭିନ୍ନ ଭାଷାରେ ପ୍ରଚାର ପତ୍ର ଓ ମାଇକ ଯୋଗେ ସଚେତନ କରାଇବ । ଜିଲ୍ଲାର ଗୋଷାଣୀ ଏବଂ କାଶୀନଗର ବ୍ଲକ୍ ଅଞ୍ଚଳରେ ଅଧିକ ମାତ୍ରାରେ ଧାନ ଚାଷ ହେଉଥିବା ଯୋଗୁଁ ସେହି ୨ ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତ ଅଞ୍ଚଳରେ ଏହି ରଥ ବୁଲି ପ୍ରଚାର କରିବ । ଚଳିତ ବର୍ଷ ଚାଷୀ ମାନଙ୍କ ଭଲ ଫସଲ ହୋଇଥିବା ଯୋଗୁଁ ଚାଷୀ ମାନେ ନିଶ୍ଚିତ ଭାବେ ପାଇଥିବା ଟୋକେନ’ର ତାରିଖ ଅନୁଯାୟୀ ଧାନମଣ୍ଡି କୁ ଧାନ ଆଣିବେ ଏବଂ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁନ୍ତାଲ ପିଛା ୩,୧୬୯ ଟଙ୍କା ପାଇପାରିବେ ।

ସରକାରଙ୍କ ତରଫରୁ ଚାଷୀମାନଙ୍କୁ ସଚେତନତା ବାର୍ତ୍ତା ରହିବ ଯେ , ସରକାରଙ୍କ ପକ୍ଷରୁ ଧାନର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା ୩,୧୬୯ ଟଙ୍କା ଧାର୍ଯ୍ୟ କରାଯାଇଛି , ଚାଷୀମାନେ ଧୌର୍ଯ୍ୟହରା ନ ହୋଇ ତାଙ୍କର ଟୋକେନ ତାରିଖ ଅନୁଯାୟୀ ମଣ୍ଡିକୁ ହିଁ ଧାନ ଆଣି ବିକ୍ରୟ କରନ୍ତୁ , ବ୍ୟସ୍ତ ନ ହୋଇ ବାହାରେ କି ଦଲାଲ ମାନଙ୍କୁ ଧାନ ବିକ୍ରୟ କରନ୍ତୁ ନାହିଁ । ଏଥି ସହ ଚାଷୀମାନେ ମଣ୍ଡି’କୁ ଧାନ ଆଣିବା ବେଳେ ନିଜର ଉତ୍ପାଦିତ ଧାନକୁ ଭଲ ଭାବରେ ଶୁଖାଇ , ସଫା , ସମରଙ୍ଗି ଓ ସମ୍ ଆକାରର ଧାନ ନିକଟସ୍ଥ ମଣ୍ଡି କୁ ଆଣନ୍ତୁ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶ୍ରୀ ରେବତୀ ମୋହନ ରାଉତ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।