ପୁରୀ ରେ ଅନୁଷ୍ଠିତ ହେବ ଦ୍ଵିତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ପୁରୀ: ଶ୍ରୀଜଗନ୍ନାଥ ଚିନ୍ତା ଚେତନା ୱାର୍ଲଡ ୱାଇଡ ପକ୍ଷରୁ ଦ୍ଵିତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ପୁରୀ ଟାଉନ ହଲ ରେ ଜାନୁଆରୀ ୭ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୁଖ୍ୟ ଟ୍ରଷ୍ଟି ଶ୍ରୀ ରମେଶ ବିଶ୍ୱାଳ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ସଂଗ୍ରାମ ପଟ୍ଟନାୟକ, ଶ୍ରୀ ରଘୁନାଥ ଗୋଛିକାର ଓ ଡ ନାରାୟଣ ମହାପାତ୍ର ଯୋଗଦେଇ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ପୁରୀ ଗୋଲଡେନ ପାଲେସ ରିଭେରା ହୋଟେଲ ରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପୁରୀ ଗଜପତି ମହାରାଜ ଙ୍କ ପ୍ରସ୍ତାବ ଅନୁଯାଇ ଚଳିତ ବର୍ଷ “ଚିନ୍ତନ ଓ ଚିନ୍ତା ରେ ଶ୍ରୀଜଗନ୍ନାଥ “ସମ୍ବଦ୍ଧିୟ ବିଷୟରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମ କୁ ଜାନୁୟାରୀ ୭ ସକାଳ ୧୦ଘଟିକା ରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିବେ। ଏଥିରେ ବହୁ ବିଶିଷ୍ଠ ସାଧୁ ଓ ସନ୍ଥ ମାନେ ଯୋଗ ଦେବେ। ପୂଜ୍ୟ ସ୍ୱାମୀ ନିର୍ଲିପ୍ତା ନନ୍ଦ ସରସ୍ବତୀ ମହାରାଜ ମୁଖ୍ୟ ଅତିଥି ଭାବେ ଉଦଘାଟନ ଦିବସ ରେ ତାଙ୍କ ଆଶ୍ରିବଚନ ପ୍ରଦାନ କରିବେ। ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ପୂଜ୍ୟ ଶ୍ରୀ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ପୂଜ୍ୟ ସ୍ୱାମୀ ଶିବଚ୍ଚିଦାନନ୍ଦ ମହାରାଜ,ପୂଜ୍ୟ ପରମହଂସ ପ୍ରଜ୍ଞାନନନ୍ଦ ମହାରାଜ, ପୂଜ୍ୟ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ,ପୂଜ୍ୟ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ,ପୂଜ୍ୟ ମହନ୍ତ ରାମ ଶରଣ ମହାରାଜ, ପୂଜ୍ୟ ସ୍ୱାମୀ ଅଭୟାନନ୍ଦ ମହାରାଜ ମଧ୍ୟ ଯୋଗଦେଇ ନିଜର ଆଶ୍ରି ବଚନ ଦେବେ। ଏହି ସମାବେଶ ରେ ପ୍ରାୟ ୪୩ଟି ଦେଶ ରୁ ଓଡ଼ିଆ ଭାଇ ମାନେ ଆସି ଯୋଗଦେବେ। ଭାରତ ଓ ଭାରତ ବାହାରେ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର କରିବା ଅନୁଷ୍ଠାନ ର ମୁଖ୍ୟ ଉଦେଶ୍ୟ। କାର୍ଯ୍ୟକ୍ରମ ରେ ପ୍ରଶ୍ନୋତର ରେ ଶ୍ରୀଜଗନ୍ନାଥ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଏହି ସମାବେଶ ରେ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର କରାଯିବ ସହିତ ମହାପ୍ରଭୁ ଙ୍କ ୧୨ ଗୋଟି ବେଶ, ପୁସ୍ତକ ପ୍ରଦର୍ଶନୀ,ବାଲୁକା କଳା,ଭଜନ କୀର୍ତନ, ମହାପ୍ରସାଦ ସେବନ ମଧ୍ୟ କରାଯିବ । ଶେଷ ଦିନ ଜାନୁୟାରୀ ୯ ତାରିଖ ସନ୍ଧ୍ୟା ରେ ସମସ୍ତେ ମହୋଦଧି ଆଳତି ରେ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀଯୁକ୍ତ ରମେଶ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରିଥିଲେ। ଆଜିର ସଭା ରେ ନରେନ୍ଦ୍ର ନାୟକ, ଭଗବାନ ଦାଶ, ତ୍ରିଲୋଚନ ନାୟକ ଓ ବହୁ ଜଗନ୍ନାଥ ପ୍ରେମି ମାନେ ଉପସ୍ଥିତ ଥିଲେ।
Related Posts
କଟକସ୍ଥିତ ଏସସିବି ମେଡିକାଲର ନୂଆ କୋଠା ନିର୍ମାଣବେଳେ କ୍ରେନ୍ ଖସିଯାଇ ୩ଜଣ ଆହତ
କଟକସ୍ଥିତ ଏସସିବି ମେଡିକାଲର ନୂଆ କୋଠା ନିର୍ମାଣବେଳେ କ୍ରେନ୍ ଖସିଯାଇ ୩ଜଣ ଆହତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର
ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଅଦଳ ବଦଳ କଲେ ଓଡ଼ିଶା ସରକାର। ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର…
ଆଦିବାସୀ ସମାଜ ତରଫରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତରାୟଗଡା
ଆଦିବାସୀ ସମାଜ ତରଫରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତରାୟଗଡା :ରାୟଗଡା ଜ଼ିଲ୍ଲା ସଦର ହୋଟେଲ ତେଜସ୍ୱୀରେ ଜିଲ୍ଲା ଆଦିବାସୀ ସମାଜ ତରଫରୁ ନିଜର ହକ,ଅଧିକାର ଓ ସମାଜର କଲ୍ୟାଣ…