ଟେକ୍ସାସ ନିକଟ ସମୁଦ୍ରରେ ମେକ୍ସିକୋ ନୌସେନା ବିମାନ ଦୁର୍ଘଟଣା, ୫ ମୃତ

ଟେକ୍ସାସ ନିକଟ ସମୁଦ୍ରରେ ମେକ୍ସିକୋ ନୌସେନା ବିମାନ ଦୁର୍ଘଟଣା, ୫ ମୃତ
Spread the love

ଟେକ୍ସାସ ନିକଟ ସମୁଦ୍ରରେ ମେକ୍ସିକୋ ନୌସେନା ବିମାନ ଦୁର୍ଘଟଣା, ୫ ମୃତ

ଟେକ୍ସାସ: ଆମେରିକାର ଟେକ୍ସାସ ରାଜ୍ୟର ଗାଲଭେଷ୍ଟନ ସହର ନିକଟ ସମୁଦ୍ର ଅଞ୍ଚଳରେ ମଙ୍ଗଳବାର ଏକ ମେକ୍ସିକୋ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଦୁର୍ଘଟଣା ସମୟରେ ବିମାନଟିରେ ମୋଟ ୭ ଜଣ ଲୋକ ଥିଲେ। ଏଥିରେ ଜଣେ ଅସୁସ୍ଥ ଯୁବକଙ୍କ ସହ ୪ ଜଣ ମେକ୍ସିକୋ ନୌସେନା ଅଧିକାରୀ ଓ ଜଣେ ଶିଶୁ ସମେତ ୪ ଜଣ ସାଧାରଣ ନାଗରିକ ଥିବା କଥା ମେକ୍ସିକୋ ନୌସେନା ଏକ ବିବୃତ୍ତିରେ ସ୍ପଷ୍ଟ କରିଛି।ଦୁର୍ଘଟଣା ପରେ ଟେକ୍ସାସ ଉପକୂଳର ଜଳଭାଗରେ ବଞ୍ଚିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁକ୍ତରାଷ୍ଟ୍ର ଓ ମେକ୍ସିକୋର ଉଦ୍ଧାରକାରୀ ଟୀମ୍‌ ଦ୍ୱାରା ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜୋରଦାର ଭାବରେ ଜାରି ରହିଛି।ଦୁର୍ଘଟଣାର କାରଣ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।