ଆନ୍ଧ୍ରରେ ସଡ଼କ ଦୁର୍ଘଟଣା : ଗଜପତିର ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ।
ଗଜପତି,୨୧/୧୨/୨୦୨୫ (ମନୋଜ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟି ଗଜପତି ଜିଲ୍ଲାର ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଆଜି ଅପରାହ୍ନରେ ଆନ୍ଧ୍ରର ସିମାଞ୍ଚଳ ଠାରେ ଶ୍ରୀନୃସିଂହନାଥଙ୍କ ଦର୍ଶନ ସାରି ଏକ ମୋଟର ସାଇକେଲ ରେ ବାପା, ମା ଓ ଝିଅ ଫେରୁଥିବା ବେଳେ ସିମାଞ୍ଚଳ ପାଦ ଦେଶରେ ଥିବା ଗୋଶାଳା ନାମକ ଏକ ସ୍ଥାନରେ ବିପରୀତ ଦିଗରୁ ଏକ ଦୁଇ ଚକିଆ ଯାନ ସହ ଜୋର ଧକ୍କା ହୋଇଥିଲା ।ଏଥିରେ ବାଇକରେ ଥିବା ଗଜପତିର ଏମଏନପେଟା ଗ୍ରାମର ପିତା କାନ୍ତାରାଙ୍କ ମୃତ୍ୟୁ ଘଟଣା ସ୍ଥଳରେ ଘଟିଥିଲା ।
ଗୁରୁତର ଆହତ ହୋଇଥିବା ଝିଅ ମହେଶ୍ୱରୀ ଓ ମା ସନ୍ଧ୍ୟାଙ୍କୁ ଚିକିତ୍ସା ପାଇଁ ନେଉଥିବା ବେଳେ ଅଧା ରାସ୍ତାରେ ମୃତ୍ୟୁ ଘଟିଥିଲା । ଏମାନେ ଭଣ୍ଡାରୀ ସମ୍ପ୍ରଦାୟର ଅଟନ୍ତି. । ତେଣୁ କାନ୍ତାରାଙ୍କ ପୁଅ ଗୁରୁନାଥଙ୍କୁ ସିମାଞ୍ଚଳ ଠାରେ ଭଣ୍ଡାରୀ ବିଦ୍ୟା ପ୍ରଶିକ୍ଷଣ ପାଇଁ ଛାଡି ବାପା, ମା ଓ ଝିଅ ଗୋଟିଏ ବାଇକରେ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ପୁଅ ଗୁରୁନାଥ ସିମାଞ୍ଚଳ ଠାରେ ରହି ଯିବା ଯୋଗୁଁ ବର୍ତ୍ତି ଯାଇଛନ୍ତି ।
ହେଲେ ପରିବାରର ସମସ୍ତଙ୍କୁ ହରାଇ ପୁଅ ଗୁରୁନାଥ ଏକାକୀ ହୋଇ ବେସାହାରା ହୋଇପଡିଛନ୍ତି ।

