-20 ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ, ସୂର୍ଯ୍ୟକୁମାର ଅଧିନାୟକନୂ।

20 ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ, ସୂର୍ଯ୍ୟକୁମାର ଅଧିନାୟକନୂ।

-20 ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ, ସୂର୍ଯ୍ୟକୁମାର ଅଧିନାୟକନୂଆଦିଲ୍ଲୀ: T-20 ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ତାଲିକା ଘୋଷଣା କରିଛି ବିସିସିଆଇ। ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଶନିବାର ୧୫ ଜଣିଆ ଦଳ ଘୋଷଣା କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଏବଂ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।ଆସନ୍ତା ଫେବୃଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି ମହାଟୁର୍ଣ୍ଣାମେଣ୍ଟ ପାଇଁ ଏଥର ଦଳ ଚୟନରେ ଅନେକ ଚମକପ୍ରଦ ଓ କଠୋର ନିଷ୍ପତ୍ତି ନିଆଯାଇଛି।ଟି-୨୦ ଫର୍ମାଟରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ଶୁଭମନ ଗିଲ୍ଙ୍କୁ ଦଳରୁ ବାଦ ଦିଆଯାଇଛି। ଗତ ସେପ୍ଟେମ୍ବର ମାସରୁ ଖେଳିଥିବା ୧୫ଟି ଇନିଂସରେ ସେ କୌଣସି ଉଲ୍ଲେଖନୀୟ ପାଳି ଖେଳିପାରିନଥିବାରୁ ଚୟନକର୍ତ୍ତାମାନେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି। ସେହିପରି ୨୦୨୪ ବିଶ୍ୱକପ୍ ଦଳର ସଦସ୍ୟ ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଏଥର ସ୍ଥାନ ପାଇନାହାନ୍ତି।ଅନ୍ୟପକ୍ଷରେ, ଝାଡ଼ଖଣ୍ଡକୁ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଇଶାନ କିଷାନ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫାଇନାଲରେ ତାଙ୍କ ବିସ୍ଫୋରକ ଶତକ ଚୟନକର୍ତ୍ତାଙ୍କ ମନ ଜିତିଥିଲା।ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ବହୁମୁଖୀ ପ୍ରତିଭାସମ୍ପନ୍ନ ଖେଳାଳି ଉପରେ ଗୁରୁତ୍ୱ ଦେବା ନୀତି ଅନୁଯାୟୀ ୱାଶିଂଟନ୍ ସୁନ୍ଦରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।🏏 T-20 ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ରିଙ୍କୁ ସିଂ, ଯଶପ୍ରୀତ ବୁମ୍ରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର, ଇଶାନ କିଷାନ (ୱିକେଟକିପର)।nnvz