ମାନ୍ୟବର Housing & Urban Development Department, Government of Odisha ର ମନ୍ତ୍ରୀ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଆଜି କୋରାପୁଟ ପୌରପରିଷଦ ଅନ୍ତର୍ଗତ ପାର୍କିଂ ଜୋନ, ଭେଣ୍ଡିଂ ଜୋନ, ମାର୍କେଟ କମ୍ପ୍ଲେକ୍ସ ଆଦି ପରିଦର୍ଶନ କରିଥିଲେ।
ସେହିପରି ସୁନାବେଡ଼ା ପୌରପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ ହାଟ, ନୂତନ ଅଡିଟୋରିୟମ୍, ଆହାର କେନ୍ଦ୍ର ଏବଂ ଶୀତ ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ।
ଏହି ଅବସରରେ ମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ପ୍ରଗତି ଓ କାର୍ଯ୍ୟକ୍ଷମତା ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଲୋକହିତକର କାର୍ଯ୍ୟଗୁଡ଼ିକୁ ଦ୍ରୁତ ଭାବେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

