ନାବାଳିକା ବଳାତ୍କାରୀ କୁ ଜରିମାନା ସହ ୨୦ ବର୍ଷ ଜେଲଦଣ୍ଡ।
ବ୍ରହ୍ମପୁର ଜିଲ୍ଲା ଅଦାଲତ ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟନାୟକ ନାବାଳିକା କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ମାମଲା ର ବିଚାରଣା କରି ୧୨ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ଅନୀଲ କୁମାର ସାହୁ ନାମକ ଜଣେ ଯୁବକ କୁ ୨୦ ବର୍ଷ ଜେଲଦଣ୍ଡ ସହ ୯ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୧୦ ମାସ ଜେଲଦଣ୍ଡ ଶୁଣାଇଛନ୍ତି।ଘଟଣା ରୁ ପ୍ରକାଶ ଅଭିଯୁକ୍ତ ଅନୀଲ ସହ ଆସ୍କା ଥାନା ଅଞ୍ଚଳର ଜନୈକା ନାବାଳିକା ସହ ଗତ ୨୦୨୦ ମସିହାରୁ ସମ୍ପର୍କ ଆସିଥିଲା। ପରବର୍ତ୍ତୀ ସମୟରେ ୨୦୨୧ ମସିହାରେ ଅନୀଲ ଉକ୍ତ ନାବାଳିକା କୁ ହାଇଦ୍ରାବାଦରେ ଏକ ମନ୍ଦିରରେ ବିବାହ କରିଥିଲା ଓ ବିବାହ ପରେ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ହୋଇଥିବା ଜାଣି ଅଭିଯୁକ୍ତ ଅନୀଲ ସେଠାରୁ ଫେରାର ହୋଇଯାଇଥିଲା। ନାବାଳିକା ଜଣକ ବହୁ ଖୋଜାଖୋଜି କରି ନ ଅନୀଲ କୁ ନପାଇବାରୁ ଶେଷରେ ପରିବାର ଲୋକଙ୍କ ସହ ଆସି ଆସ୍କା ଥାନା ରେ ଅଭିଯୋଗ କରିଥିଲା ଓ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଅନୀଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅନୀଲ କିଛି ମାସ ଜେଲ ରେ ରହି ଜାମିନ ରେ ଆସିଥିଲା।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!