108 କୁଣ୍ଡିୟ ମହାଯଜ୍ଞ ନିମନ୍ତେ ଖୋଲା ଯାଇଥିବା କାର୍ଯ୍ୟାଳୟ ଠାରେ ଗାୟତ୍ରୀ ଦୀପ ପ୍ରଜ୍ଜ୍ୱଳନ ପ୍ରାର୍ଥନା ଅନୁଷ୍ଠିତ
ରାୟଗଡ: ( ଅମୁଲ୍ୟ. ନିଶଙ୍କ ): ତା 18/12/25 ରିଖ ପବିତ୍ର ଗୁରୁବାର ସନ୍ଧ୍ୟା 6 ଘଟିକା ସମୟରେ 108 କୁଣ୍ଡିୟ ମହାଯଜ୍ଞ ନିମନ୍ତେ ଖୋଲା ଯାଇଥିବା କାର୍ଯ୍ୟାଳୟ ଠାରେ ଗାୟତ୍ରୀ ଦୀପ ପ୍ରଜ୍ଜ୍ୱଳନ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା. ଗାୟତ୍ରୀ ଶକ୍ତିପୀଠ ର ଅଧ୍ୟକ୍ଷା ଶ୍ରୀମତୀ ସବିତା ମିଶ୍ର ଓ ତାଙ୍କ ସହଯୋଗୀ ମାନଙ୍କ ପୌରାହିତ୍ୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଶାନ୍ତିକୁଞ୍ଜ, ହରିଦ୍ୱାର ରୁ ଆସିଥିବା ଦେବକନ୍ୟା ମାନେ ଆଶିର୍ବାଚନ ପ୍ରଦାନ କରିଥିଲେ l
ଉକ୍ତ କର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପ୍ରାନ୍ତୀୟ ସଙ୍ଘଟକ ଶ୍ରୀଯୁକ୍ତ ଛୋଟେଲାଲ ଜୀ ଯୋଗ ଦେଇ ବର୍ତମାନ ର ଧର୍ମ ସଙ୍ଘଟନ ର ଏକତ୍ରୀକରଣ ଓ ରାଷ୍ଟ୍ର ଜାଗରଣ ର ସନ୍ଦେଶ ପ୍ରଦାନ କରିଥିଲେ l
ଏହି ଅବସରରେ 108 କୁଣ୍ଡିୟ ମହାଯଜ୍ଞ୍ଜୟ ର ମୁଖ୍ୟ ପୁରୋଧା ମିଟ୍ସ ଇଞ୍ଜିନୀୟରିଙ୍ଗ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଳକୃଷ୍ଣ ପଣ୍ଡା ଓ ଜିଲ୍ଲା ଟ୍ରକ ମାଲିକ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ଏଲ୍ଲା ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ ) ମହାଯଜ୍ଞ ର ସୁପରିଚାଳନା ନିମନ୍ତେ ପ୍ରାରମ୍ଭିକ ସ୍ତରରେ 24 କମିଟି ର ଘୋଷଣା କରଥିଲେ. ଏହି ଅବସରରେ ମହାଯଜ୍ଞ ନିମନ୍ତେ ପ୍ରଚାର ପ୍ରସାର ବାହାନ ର ଶୁଭାରମ୍ଭ ମୁଖ୍ୟ ଅଥିତୀ, ବିଶ୍ୱ କଲ୍ୟାଣ ସାଧନା ସମିତି ର ଅଧ୍ୟକ୍ଷ ବୁଜି ସ୍ୱାମୀଜୀ ମହାରାଜ ଓ ହରିପୁର ଗୁରୁକୁଳ ନୂଆପଡା ରୁ ଆସିଥିବା ବାନପ୍ରସ୍ଥି ମୁନିଜୀ ମହାରାଜ ଙ୍କ କର କମଳରେ ଉଦଘାଟନ ହୋଇଥିଲା.
ଏହି କାର୍ଯ୍ୟକ୍ରମ ରେ ଅଂଚଳର ବହୁ ବୁଦ୍ଧିଜୀବୀ ବର୍ଗ, ମାତୃଶକ୍ତି ର ପ୍ରତିନିଧି ତ୍ବ କରୁଥିବା ମହିଳା ସଂଘ ର ମା ଭଉଣୀ ମାନେ, ଜନ ସାଧାରଣ ବର୍ଗ ଯୋଗ ଦେଇ ଉତ୍କ ମହାନ ଦେବ କାର୍ଯ୍ୟ କୁ ସମ୍ପାଦନ ନିମନ୍ତେ ସଂକଳ୍ପିତ ହୋଇଥିଲେ l
