ପେନସନ ଓ ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର

ପେନସନ ଓ ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର
Spread the love

ପେନସନ ଓ ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର

ପାରଳାଖେମୁଣ୍ଡି : ବହୁ ଚର୍ଚ୍ଚିତ ରାୟଗଡ ଥାନା ଅନ୍ତର୍ଗତ ଖ୍ରୀଷ୍ଟିଆନ ସାହିର ବୃଦ୍ଧା ସୁଭଗମନା ସ୍ୱାଲସିଂଙ୍କ ପେନସନ ତଥା ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତ ନିରୋଜ କୁମାର ବର୍ଦ୍ଧନ ଓ ଉଜ୍ଵଳ ବର୍ଦ୍ଧନ ଓରଫ ସୌମ୍ୟ ରଞ୍ଜନ ବର୍ଦ୍ଧନଙ୍କ ଜାମିନ ଆବେଦନ ଗଜପତି ଜିଲ୍ଲା ଦୌରାଜର୍ଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଦ୍ଵାରା ଖାରଜ ହୋଇଯାଇଛି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପକ୍ଷ ରଖି ନିଜର ବଳିଷ୍ଠ ଯୁକ୍ତି ବାଢିଥିଲେ ଓ ଏହି ଗମ୍ଭୀର ମାମଲାରେ ଓକିଲ ଏମ୍. ପୃଥ୍ୱୀରାଜ ତାଙ୍କୁ ଯଥାର୍ଥ ସହଯୋଗର ହାତ ବଢାଇଥିଲେ।

ସୂଚନାଯୋଗ୍ୟ, ତା ୧୧-୧୧-୨୦୨୫ରିଖ ଦିନ ଯେତେବେଳେ ଉପରୋକ୍ତ ଅଭିଯୁକ୍ତ ଦ୍ବୟ ବୃଦ୍ଧା ସୁଭଗମନା ସ୍ୱାଲସିଂଙ୍କ ନିକଟକୁ ଆସି ଜୀବନ ପ୍ରମାଣ ପତ୍ର ପାଇଁ ଯାଇଥିଲେ, ସେହି ସମୟରେ ଏତଲାକାରି ସୁକାନ୍ତ ସ୍ୱାଲସିଂ ଯିଏ ସୁଭଗମନା ସ୍ୱାଲସିଂଙ୍କ ଭଣଜା ସେ ସନ୍ଦେହରେ ଆସି ସେମାନଙ୍କୁ ପଚାରିଥିଲେ , ଏହା କାହିଁକି ଦରକାର? ପ୍ରତ୍ୟୁତ୍ତରରେ ସେମାନେ କହିଥିଲେ ପେନସନକୁ ଚାଲୁ ରଖିବା ପାଇଁ ଏହା ଜରୁରୀ। କିନ୍ତୁ ଏତଲାକାରି କହିଥିଲେ ଯେ, ତାଙ୍କ ପିଇସୀ କିଛି ବି ପେନସନ ପାଉନାହାନ୍ତି, ତେବେ କାହିଁକି ଏହାର ଆବଶ୍ୟକତା ରହିଛି। ପରେ ସେମାନେ କିଛି ଉତ୍ତର ନ ଦେଇ ସେଠାରୁ ଦୌଡ଼ି ପଳାଇଯାଇଥିଲେ।

ସନ୍ଦେହ ଘନୀଭୂତ ହେବାରୁ ଏତଲାକାରି ଜାଣିବାକୁ ପାଇଲେ ଯେ, ତାଙ୍କର ପିଇସା ଯିଏ କି ଜଣେ ଶିକ୍ଷକ ଥିଲେ ତାଙ୍କ ଦେହାନ୍ତ ପରେ ପିଉସୀଙ୍କର ପେନସନ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଚଞ୍ଚକତା କରି ସୁଭଗମନା ସ୍ୱାଲସିଂଙ୍କ ଜୀବନ ପ୍ରମାଣ ପତ୍ରରେ ଜଣେ ମୁଦଲା ନିରୋଜ କୁମାର ବର୍ଦ୍ଧନ ନିଜର ମୋବାଇଲ ନମ୍ବର ଓ ଆଧାର କାର୍ଡରେ ଅନ୍ୟ ଅଭିଯୁକ୍ତ ନିଜ ମୋବାଇଲ ନମ୍ବର ସଂଯୋଗ କରି ବର୍ଷ ବର୍ଷ ଧରି ପଇସା ଉଠାଉଥିଲେ। କିନ୍ତୁ ସେପଟେ ସୁଭଗମନା ସ୍ୱାଲସିଂ ଭିକାରୁଣୀ ପରି ଦାଣ୍ଡରେ ଅସହାୟ ଅବସ୍ଥାରେ ପଡିରହିଥିଲେ। ଏହି ସବୁ ବିଷୟ ଜାଣିବା ପରେ ସୁକାନ୍ତ ସ୍ୱାଲସିଂ ରାୟଗଡ ଥାନାରେ ମାମଲା ନମ୍ବର ୧୦୭ରେ ଏକ ମାମଲା ରୁଜୁ କରିଥିଲେ l