ଥୁଆପାଲି ରୁ ଖୁଣ୍ଟୁଲିପାଲି ରାସ୍ତା ବରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ନେବାକୁ ଜନସାଧାରଣ ଙ୍କ ଦାବୀ ।ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଛକ ଠାରୁ ଖୁଣ୍ଟୁଲିପାଲି ରାସ୍ତା ର ଝରାପାଲି ଓ ସାରସପାଲି ମୋଡାଣି ଠାରେ ଦୁଇ ବିପଦପୂର୍ଣ୍ଣ ବ୍ରିଜ ରହିଛି।
ଏହି ରାସ୍ତା ଦେଇ ସଦା ଭାରୀଯାନ, ସ୍କୁଲ ବସ, ଟ୍ରାକ୍ଟର, ବାଇକ ଆରୋହୀ ବିଭିନ୍ନ ସମୟରେ ଜନସାଧାରଣ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ନଜିର ରହିଛି। ଏହି ରାସ୍ତା କଂକ୍ରିଟ ହୋଇଥିଲା ବର୍ତ୍ତମାନ କଂକ୍ରିଟ ଉଠି ଗାତ ସୃଷ୍ଟି ହୋଇ ଗଲାଣି।
ଏହି ରାସ୍ତା ଦେଇ ସଦା ସର୍ବଦା ଜନସାଧାରଣ, ଛାତ୍ରଛାତ୍ରୀ ମାନେ ସାଇକେଲ ଯିବା ଆସିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିପ୍ରତି ବରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ନେବାକୁ ଜନସାଧାରଣ ଙ୍କ ଦାବୀ ହେଉଛି।

