ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳିର ପରିପ୍ରକାଶର ମାଧ୍ୟମ ଶିଶୁଉତ୍ସବ

ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳିର ପରିପ୍ରକାଶର ମାଧ୍ୟମ ଶିଶୁଉତ୍ସବ

ଆର,ଉଦୟଗିରି(ମନୋଜ କୁମାର ପାଢୀ/ ତା 20.12.24 ରିଖ ଶୁକ୍ରବାର ଦିନ ଗଜପତି ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ର ଚଳିତ ବର୍ଷର ଶିଶୁ ଉତ୍ସବ ଆର. ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ଉଦଘାଟନୀ ଉତ୍ସବରେ ଆର, ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳ ଯୋଗ ଦେଇ ଉଦଘାଟନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ସମିତିସଭ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ ଯୋଗ ଦେଇଥିଲେ |ଉଦଘାଟନ ପରେ 10ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା | ଉଦଯାପନୀ ଉତ୍ସବ ରେ ଜିଲ୍ଲା ଶିକ୍ଷାଧିକାରୀ ଡ଼. ମାୟାଧର ସାହୁ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ଓଷ୍ଟା ସଭାପତି ଶ୍ରୀ ବି. ତିରୁମାଲା ରାଓ ପଟନାୟକ ଓଷ୍ଟା କାର୍ଯ୍ୟକାରୀ ସଭାପତି ଶ୍ରୀ ଚିତ୍ତ ରଞ୍ଜନ ପଣ୍ଡା ଓଷ୍ଟା ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ବିଷୋୟୀ ଓଷ୍ଟା ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି ଓଷ୍ଟା ସହ ସମ୍ପାଦକ ଶ୍ରୀ ମେନକା ରାଓ ଜିଲ୍ଲା ଇ ସି ସଦସ୍ୟ ଶ୍ରୀ ଲୋକନାଥ ନାହାକଙ୍କ ସମେତ ମୋହନା ବ୍ଲକ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ଦାସ ଆର, ଉଦୟଗିରି ବ୍ଲକ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ରଂଡିବା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ |ଏହି ପ୍ରତିଯୋଗିତାରେ ପ୍ରାୟ 100 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ |ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ଏହି ଭଳି ଶିଶୁ ଉତ୍ସବ ମାଧ୍ୟମରେ ପରିପ୍ରକାଶ ହୋଇପାରିବ ବୋଲି ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ | ଓଷ୍ଟାର ମେଧା ଅନ୍ବେଷଣ ପରୀକ୍ଷା ଶିଶୁଉତ୍ସବ ଓଷ୍ଟା ଟେଷ୍ଟ ପେପର, ସମାନ୍ତରାଳ ପ୍ରଶ୍ନପତ୍ର ଯୋଗାଇବା ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ଅତିଥି ବୃନ୍ଦ ଭୁୟସୀ ପ୍ରଶଂସା କରିଥିଲେ | ଚଳିତ ବର୍ଷ ଜିଲ୍ଲା ଓଷ୍ଟା ସଂଘ ତରଫରୁ ଓଷ୍ଟା ସଭାପତି ଶ୍ରୀ ବି ତିରୁମାଲା ରାଓ ପଟନାୟକ ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରଫୁଲ କୁମାର ମହାନ୍ତି ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ବିଷୋୟୀ ଓ ରା ଉଦୟଗିରି ବ୍ଲକ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁଙ୍କୁ ଜୀବନବ୍ୟାପି ସାଧନା ପାଇଁ ମୁଖ୍ୟ ଅତିଥି ତଥା ଜିଲ୍ଲା ଶିକ୍ଷାଧିକାରୀ ଡ଼. ମାୟାଧର ସାହୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରତି ବିଭାଗରୁ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସିଲଡ଼ ଓ ପ୍ରମାଣପତ୍ର ଦେଇ ଅତିଥିବୃନ୍ଦ ଉତ୍ସାହିତ କରିଥିଲେ | 10 ଟି ବିଭାଗରୁ ଦଶ ଜଣ ଛାତ୍ର ଛାତ୍ରୀ ଆସନ୍ତା 27 ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି | ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ | ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ ଓ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *