କଲ୍ୟାଣସିଂହପୁର ବ୍ଳକ ସ୍ତରୀୟ ଚଇତି ମହୋତ୍ସବ ପାଳିତ
ରାୟଗଡ୯/୧୨(ଅମୁଲ୍ୟ ନିଶଙ୍କ ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଠାରେ ବ୍ଳକ ସ୍ତରୀୟ ଚଇତି ମହୋତ୍ସବ ୨୦୨୫ ପାଳନ ହୋଇ ଯାଇଛି। ଚଇତି ୨୦୨୫ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ gମୁଖ୍ୟଅତିଥି ଜିଲ୍ଲାପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଯୋଗ ଦେଇ ଚଇତି ଷ୍ଟଲ ଉଦଘାଟନ କରିଥିଲେ।
ବିଡ଼ିଓ ତଥା ବ୍ଲକ ସଂସ୍କୃତିକ ଅଧିକାରୀ ମନୀଷା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେସଂମ୍ମାନୀୟ କେନ୍ଦ୍ରୀୟ ଆଦିବାସୀ ଜନଜାତି ମୋର୍ଚ୍ଚା ର ସାଧାରଣ ସମ୍ପାଦକ କାଳିରାମ ମାଝୀ,କଲ୍ୟାଣସିଂହପୁର ବ୍ଳକ (କ)ଜନ ଜିଲ୍ଲା ପରିଷଦ ଭି ୱାରା ପ୍ରସାଦ ରାଓ,ସାଂସଦ ପ୍ରତିନିଧି କୁମାର ସ୍ବାମୀ କୋୖଶଲ୍ୟା, କନ୍ଧ କୁଳ ସମାଜ ବ୍ଲକ ସଭାପତି ଯୋଗେନ୍ଦ୍ର ୱାଡାକା, ଉପ ସଭାପତି ଶଙ୍କର ହୁଈକା, ଡମ ସମାଜ ବ୍ଳକ ସଭାପତି ଜାଗାମ ବେନିଆ , ବିଜେପି ବ୍ଳକ ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ,କଂଗ୍ରେସ ବ୍ଳକ ସଭାପତି ସି ଏଚ ନାଗେଶ୍ୱର ରାଓ, ଡ୍ରାଇଭର ସଙ୍ଗର ସଭାପତି ଗୋଜେନ୍ଦ୍ର ଗରଡ଼ିଆ,ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଚ୍ଚା, କଲ୍ୟାଣସିଂହପୁର ତହସିଲଦାର ରଞ୍ଜନ କୁମାର ମାନସେଠ୍, ସମିତି ସଭ୍ୟା ପ୍ରମୁଖ ମଞ୍ଚାସିନ ରହିଥିଲେ।
କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିଵ ମନ୍ଦିର ଠାରୁ କଳସ ରେ ଜଳ ସଂଗ୍ରହ କରି ହରେ କୃଷ୍ଣ ହରେ କୃଷ୍ଣ ମହାମନ୍ତ୍ର ରଧ୍ୱନି ରେ କୀର୍ତନ ମଣ୍ଡଳୀ ଙ୍କ କୀର୍ତନ ମାଧ୍ୟମ ରେ କେସିଂପୁର ମୁଖ୍ୟ ରାସ୍ତା ପରିକ୍ରମା କରି ପରେ ଚଇତିମଣ୍ଡପରେ ପହଞ୍ଚି ଥିଲା। ଗାଁ ଗହଳିରେ ଲୁକାୟିତ୍ୱ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ସରକାରୀ ଓ ପ୍ରଶାସନର ଅଭିନଵ ପ୍ରୟାସ ଦ୍ୱାରା କରାଯାଇଛି।ଏହି ଚଇତି କାର୍ଯ୍ୟ କ୍ରମକୁ ରାୟଗଡା ତାଡମା ବିଦ୍ୟାଳୟ ର ଶିକ୍ଷକ ଶ୍ରୀଧର ପଟ୍ଟନାୟକ ପରିଚାଳନା କରିଥିଲେ।ସଂସ୍କୃତିକ କାର୍ଯ୍ୟ କୁ ବ୍ଳକ ର ବିଭିନ୍ନ ବିଦ୍ୟାଳୟ ଏବଂ ସଂକୀର୍ତ୍ତନ ମଣ୍ଡଳୀ ର କଳାକାର ମନେ ନୃତ୍ୟ ପରିବେଷଣ କରିଥିଲେ।
ଏହା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିବାସହିତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନଧି ମାନଙ୍କୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଗ୍ରାମପଞ୍ଚାୟତ ସାମ୍ପ୍ରସାରଣ ଅଧିକାରୀ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଲ୍ୟାଣସିଂପୁର ବାନାଅଂଚଳ ଦ୍ୱାରା ପ୍ରଦର୍ଶିତ ଅତି ଉଚ୍ଚ କୋଟିର ଥୀଲା ଯାହାକୁ ଅତିଥି ମାନେ ପ୍ରଶଂସା କରିଥିଲେ l ଆଜିର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରର ଶିକାରପାଇ ର ତେଲୁଗୁ ସମ୍ପ୍ରଦାୟ ଙ୍କ ମହିଳା ଙ୍କ ଦ୍ୱାରା କୋଲାମ ନୃତ୍ୟ ଜନସାଧାରଣ ଙ୍କ ମନ ମହିଥିଲା ଓ ଶେଷରେ କୁୱି ଓ ଦେଶିଆ ମେଲୋଡ଼ି ମୁଖ୍ୟ ଆକର୍ଷଣ ହୋଇଥିଲା
ଯେଉଁଥିରେ ସୁପ୍ରିତ୍ , ପଦ୍ମନ୍ ପାଣି, ଜଗଦାସ ନାଚିକା, ଅଞ୍ଜଳି ବିଭୋର, ମୁନା ହିମିରିକା, ସୁବାସ କୁଲିଶିକା ଓ ଅନେକ କଳାକାର ଗୀତ ଗାଇଥିଲେ ଏହି କାର୍ଯ୍ୟ କ୍ରମକୁ ପ୍ରିନ୍ସ ଗୁପ୍ଟେ ମଞ୍ଚ ପରିଚାଳନା କରିଥିଲେ। ଏହି ଚଇତି କାର୍ଯ୍ୟକ୍ରମ ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଚନ୍ଦନ ବାଙ୍ଗାରି ଙ୍କ ସଫଳ ହୋଇଛି ବୋଲି ବ୍ଲକ ର ଜନସାଧାରଣ ବହୁ ପ୍ରସଂଶା କରିବାର ଶୁଣିବାକୁ ମିଳୁଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
