ରାୟଗଡ଼ାର କୋତାପେଟା ପ୍ରିମିୟର ଲିଗ: ଅତିଥି ଆରମ୍ଭ କାର୍ଯ୍ୟକ୍ରମ

କୋତାପେଟା ପ୍ରିମି ୟର ଲିଗ ଉଦଘାଟିତ
Spread the love

କୋତାପେଟା ପ୍ରିମି ୟର ଲିଗ ଉଦଘାଟିତ

ରାୟଗଡା (ଅମୁଲ୍ୟ ନିଶଙ୍କ ) : ରାୟଗଡ଼ା ବ୍ଲକ୍‌ର କୋଥାପେଟା ଗ୍ରାମସ୍ଥିତ ନାଗାବଳୀ କ୍ରିକେଟ୍‌ ପଡିଆ ରେ କୋଥାପେଟା କ୍ରିକେଟ୍‌ କମିଟି ପକ୍ଷରୁ ଆୟୋଜିତ ପ୍ରଥମ ‘କୋଥାପେଟା ପ୍ରିମିୟର ଲିଗ୍‌ – ସିଜନ 1’ ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ଶ୍ରୀ ଅପ୍ପଳସ୍ୱାମୀ କଦ୍ରକା, ପୂର୍ବତନ ଅଧିବାସୀ ଉନ୍ନୟନ ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଅନୁସୟା ମାଝି ଏବଂ କୋଥାପେଟା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରସାଦ ହୁଇକା ଯୋଗ ଦେଇଥିଲେ ଏଥି ସହିତ ଅନେକ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

ଗ୍ରାମପଞ୍ଚାୟତର ଗେମ ଚେଞ୍ଜେର,ଆର ସି ବି, ଅସୁରା ଗେମିଙ୍ଗ, ଗୋଲଡେନ କିଙ୍ଗ, ଜନସେନା, ଜୟ ବଜରଂଗୀ ଓ ଆର ଏସ କେ 8 ଗୋଟି ଟିମ ଏହି କେ ପି ଏଲ ରେ ଭାଗ ନେଇ ଖେଳ ରେ ଅଂଶଗ୍ରହଣ କରୁଛନ୍ତି l

ଅଂଶଗ୍ରହଣ କରୁଥିବା ଏହି ପ୍ରତିଯୋଗିତାର ପ୍ରଥମ ମୁକାବିଲା ‘ଥଳା 11’ ଓ ‘ଗେମ୍‌ ଚେଞ୍ଜର୍ସ’ ମଧ୍ୟରେ ହୋଇଥିଲା। ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମରେ ଖେଳ ପଡିଆ ଟି ଉତ୍ସବମୁଖ ର ହୋଇଯାଇଥିଲା। ଅତିଥି ମାନେ ସଭାସ୍ଥଳରେ ପହଞ୍ଚି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଖେଳ ର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଆପଲ ସ୍ୱାମୀ କାଡ୍ରକା ଏବଂ ରାୟଗଡ଼ା ଜିଲ୍ଲା ର ପୁର୍ବତନ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅନୁସୟା ମାଝୀ ନିଜ ଭାଷଣରେ କ୍ରିକେଟ୍‌ ଖେଳାଳିମାନଙ୍କୁ ଉତ୍ସାହିତ କରି ଖେଳ ସଂସ୍କୃତି, ଶିଷ୍ଟାଚାର ଏବଂ ଯୁବଶକ୍ତିର ସକାରାତ୍ମକ ଶକ୍ତିକୁ ବୋଲି କହିଥିଲେ ।

ଏହି ଖେଳ ଦୀର୍ଘ 45 ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l ଉଦଘାଟଣି ମେଚ ର ଅତିଥି ମାନଙ୍କୁ ନେଇ କୋତାପେଟା ଓ କେ ପି ଏଲ ର କମିଟି ମଧ୍ୟ୍ୟ ରେ ମତାନ୍ତର ହୋଇଥିଲା ସେଥିପାଇଁ ନିମନ୍ତ୍ରଣ ପତ୍ର ରେ ଯେଉଁ ଅତିଥି ଙ୍କ ନାମ ଛପା ଯାଇଥିଲା ସେମାନେ ନା ଆସିବାରୁ ବାଧ୍ୟ୍ୟ ବାଧକା ର ସହିତ ରାୟଗଡା ଜ଼ିଲ୍ଲା ଉନୟନ ପରିଷଦ ର ପୂର୍ବତନ ଅଧକ୍ଷା ଅନୁସୂୟା ମାଝୀ ଓ କୋତାପେଟା ଗ୍ରାମର ଲକ୍ଷ୍ମୀଣ ରାଓ ଙ୍କୁ ଡକାଗଲା ବୋଲି ଆଲୋଚନା ଚାଲିଥିବା ର ଶୁଣିବାକୁ ମିଳୁଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ