୨୦୨୫ ଯୁଗରେ ରାମନାଗୁଡ଼ାର ଚଇତି ଉତ୍ସବର ଜରୁରୀୟତା

ରାମନାଗୁଡ଼ା ବ୍ଲକ ସ୍ତରୀୟ ଚଇତି ମୋହା ଧୂମଧାମ ରେ ପାଳିତ

ରାମନାଗୁଡ଼ା ବ୍ଲକ ସ୍ତରୀୟ ଚଇତି ମୋହା ଧୂମଧାମ ରେ ପାଳିତ

ରାୟଗଡ ( ଅମୁଲ୍ୟ ନିଶଙ୍କ ) ରାୟଗଡ ଜ଼ିଲ୍ଲା ର ରାମନାଗୁଡ଼ା ବ୍ଲକ ସ୍ତରୀୟ ଚଇତି ମୋହତ୍ସବ ୨୦୨୫ ରବିବାର ୦୭ ତାରିଖରେ ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ମିନିଷ୍ଟାଡିଅମ ଠାରେ ମୋହା ଧୂମଧାମ ରେ ପାଳିତ ହୋଇଯାଇଛି l ପୂର୍ବ ନିର୍ଦ୍ଧାରିତ ସମୟରେ ବିଡ଼ିଓ ତଥା ବ୍ଲକ ସାଂସ୍କୃତିକ ଅଧିକାରୀ ପବିତ୍ର ମଣ୍ଡଳ,ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ଙ୍କ ସହିତ ବ୍ଲକ ଅଧିକାରୀଙ୍କ ସମତେ ପଂଚାୟତ ନିର୍ବାହ ଅଧିକାରୀ ଏ ଡ଼ି ଓ, ଜ଼ିଲ୍ଲା ପରିଷଦ ସଭ୍ୟ, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ସମତେ ବହୁ ଚଇତି କମିଟି ମେମ୍ବର ଓ ବହୁ ଅନୁଷ୍ଠାନ କର୍ମକର୍ତା ଓ ଛାତ୍ର ଛାତ୍ରୀ ସକାଳ ୦୮. ୩୦ ସମୟରେ ପାଳୁପାଇ ଶିବ ମନ୍ଦିର ମନ୍ଦିର ରେ ପୂଜାଅର୍ଚନା କରି କଳସ ରେ ପାଣି ଆଣିଥିଲେ l ପରେ ମା ମାମଙ୍ଗଳା ମଦିର ରେ ପୂଜାର୍ଚନା କରିବା ପରେ ବିଡ଼ିଓ ମାଙ୍କ ଆଜ୍ଞା ମାଳ ଓ କଳସ ଧରି ଏକ ବିରାଟ ପଟୁଆର ରେ ରାମନାଗୁଡ଼ା ମୁଖ୍ୟ ରାସ୍ତା ଦେଇ ଚଇତି ମଣ୍ଡପ ରେ ଦିନ, ୦୯. ୩୦ ଠାରୁ ୧୧. ୩୦ ଘଂଟିକା ସମୟ ରେ ଚଇତି ମଣ୍ଡପ ରେ ପହଂଚିଥିଲେ l ବ୍ଲକ ଅଧକ୍ଷ ରବିଶଙ୍କର ଗମାଙ୍ଗ, ଜ଼ିଲ୍ଲା ପରିଷଦ ସଭ୍ୟ ତାଂଗୁଡୁ ଶ୍ରୀଧର, ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଅତିଥି ଭାବେ ଯୋଗ ଦେଇ ଅପରାହ୍ନ ୦୨ ସମୟ ରେ ଅନୁଷ୍ଠାନିକ ଭାବେ ଚଇତି ୨୦୨୫ କୁ ଉଦଘାଟନ କରିଥିଲେ l ଅତିଥି ଙ୍କ ଦ୍ୱାରାସରକାର ଙ୍କ ବିଭିନ୍ନ ବିଭାଗ ଷ୍ଟଲ ମାନ ଖୋଲାଯାଇଥିଲା l ପରେ ପରେ ବ୍ଲକ ର ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ଓ ଯୁବକ ୟୁବତୀ ଙ୍କ ଦ୍ୱାରା ସଂସ୍କୃତି କ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହା ପରେ ପରେ ମୁଖ୍ୟ ଅତିଥି ବ୍ଲକ ଅଧକ୍ଷ ରବି ଗମାଙ୍ଗ ନିଜ ଅଭିଭାଷଣ ରେ କହିଥିଲେ ଯେ ଆମର ଲୁକହିତ ପ୍ରତିଭା କୁ ଉଦ୍ଜୀବିତ କରିବା ହେଉଛି ଚଇତି ର ମୂଳ ଲକ୍ଷ୍ୟ ବୋଲି କହିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ପଂଚାୟତ ଅଧିକାରୀ ଚିତ୍ତରଞ୍ଜନ ଦେଓ, ପଦ୍ମନ ସାହୁ, ସନ୍ତୋଷ କୁମାର ଶବର, ଜଗଦିଶ ପାଣିଗ୍ରାହି,ଜୟନ୍ତୀ ପାତ୍ର,ପ୍ରିୟଙ୍କା ସିଂ, ରମେଶ ପୁଲକା,ରୋମାକାନ୍ତ ମଣ୍ଡାଙ୍ଗୀ, ନରହରି ଦାଶ l ଏଡ଼ିଓ ଅଜିତ କୁମାର ଚୌଧୁରୀ,ଟି. ସିମାଞ୍ଚଳ, ଗିରିଧାରୀ ଶବର, ମଧୁସ୍ମିତା ଆଚାର୍ଯ୍ୟ, ଦିଲେଶ୍ଵରୀ ତୁଲାଲ, ୱାରେଞ୍ଚୁ ଶବର, ବିଶ୍ୱନାଥ ଗମାଙ୍ଗ l ଜି ଆର ଏସ ସଂଗ୍ରାମ ବ୍ରହ୍ମ, ଇରାମାଝି ସନ୍ତୋଷ କୁମାର, ନିରଞ୍ଜନ କୁମ୍ବ୍ରିକା lବ୍ଲକ କର୍ମଚାରୀ ଗୁପ୍ତେଶ୍ୱର ବେହେରା, ଗଣେଶ ପ୍ରସାଦ ଦାଶ, ଏମ . ଭାଗ୍ୟ ଶ୍ରୀ, ସସ୍ମିତା ରଥ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,ଦୀପ୍ତିରଣୀ ମୁନି କନିଷ୍ଠ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ,, ନିହାର ଶବର ବି ଏଫ ଓ,ଥୋମାସ ତାଣ୍ଡସୀ ବିଏସଏସଓ, ରିବିକା ମଣ୍ଡାଙ୍ଗୀ ଡ଼ିଓ,ଅକ୍ଷୟ ମହାନ୍ତି ଏପିଓ,ସନ୍ତୋଷ କୁମାର ପାତ୍ର,ଅଜିତ ପଣ୍ଡା, ରବି ନାରାୟଣ ଦାଶ, ଶଙ୍କର ବେହେରା ଯୋଗାଣ ନିରୀକ୍ଷକ,ଅଶୋକ ଗୌଡ଼ ସନ୍ତୋଷ ବେହେରା,ସୁରେଶ ବେହେରା,ଭାରତୀ ନାଗିଲି l ବ୍ଲକ ସହକାରୀ ଯନ୍ତ୍ରୀ ରାକେଶ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ବାବୁଲାଲ ପୋଲାଈ,ଲାଡ଼ି ରବୀନ୍ଦ୍ର କୁମାର, ରାମରାଅ ମୁଟିକା, ହରିଆବେଵାର୍ତା ସନ୍ତୋଷ କୁମାର ରତ୍ନାଲୁ ଓ ଉମା ଶଙ୍କର ପାଳକ ଏହି କାର୍ଯ୍ୟକ୍ରମ କୁ ସୁଫଳ କରିବା ନିମନ୍ତେ ସହଯୋଗ କରିଥିଲେ l ଅକ୍ଷୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ