ଗଜପତିରୁ ରାଜ୍ୟ ବାହାରକୁ ଗୋଚାଲାଣ ବେଳେ 3 ଗୋଟି ଭ୍ୟାନରୁ 27 ଗୋରୁ ଉଦ୍ଧାର, 3 ଗିରଫ ।
ଗଜପତି 6/12(ମନୋଜ ପାଢ଼ୀ) : ଗଜପତି ଜିଲ୍ଲା ଅଡ଼ବା ଥାନା ଚୁଡ଼ଙ୍ଗପୁର ଠାରୁ ରାଜ୍ୟ ବାହାରକୁ ବେଆଇନ ଗୋଚାଲାଣ ହେଉଥିବା ୩ଟି ପିଅପ ଭ୍ୟାନ ଜବତ କରିବା ସହ ୨୭ଟି ଗୋରୁକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି. ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗଞ୍ଜାମ ଜିଲ୍ଲା ଡେଙ୍ଗାଓସ୍ତା ଗୋଶାଳାକୁ ପଠାଇ ଦିଆଯାଇଛି ବୋଲି ଥାନାଧିକାରୀ ଶୁଭ୍ରାନ୍ତ ପଣ୍ଡା ପ୍ରକାଶ କରିଛନ୍ତି ।ଘଟଣାରୁ ପ୍ରକାଶ, ଅଡ଼ବା ଥାନା ଏସ୍ଆଇ ଦିବାକର ବେହେରାଙ୍କ ନେତୃତ୍ବରେ ଚୁଡଙ୍ଗପୁର ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ୩ଟି ପିକଅପ୍ ଭ୍ୟାନକୁ ଦେଖି ଅଟକା ଯାଇଥିଲା। ଯାଞ୍ଚ କରିବା ପରେ ସେଥିରେ ୨୭ଗୋଟି ଗୋରୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଏହି ବେଆଇନ ଗୋଚାଲାଣ ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି. ଏନେଇ ଅଡ଼ବା ଥାନାରେ କେସ୍ ନଂ ୧୮୩/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

