ବ୍ଲକ ସ୍ତରୀୟ ଚଇତି ଉପଲକ୍ଷେ କ୍ଷୁଦ୍ର ଗଣଦୌଡ଼ ଓ କବିତା ଆସର ଅନୁଷ୍ଠିତ l

ବ୍ଲକ ସ୍ତରୀୟ ଚଇତି ଉପଲକ୍ଷେ କ୍ଷୁଦ୍ର ଗଣଦୌଡ଼ ଓ କବିତା ଆସର ଅନୁଷ୍ଠିତ l

ବ୍ଲକ ସ୍ତରୀୟ ଚଇତି ଉପଲକ୍ଷେ କ୍ଷୁଦ୍ର ଗଣଦୌଡ଼ ଓ କବିତା ଆସର ଅନୁଷ୍ଠିତ l
ରାୟଗଡ( ଅମୁଲ୍ୟ ନିଶଙ୍କ ): ଚଳିତ ମାସ 11 ତାରିଖ ରେ ବ୍ଲକ ସ୍ତରୀୟ ଚଇତି କୋଳନରା ଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ସଦର ମୋହକୁମା ଠାରେ ଏକ କ୍ଷୁଦ୍ର ଗଣ ଦୌଡ଼ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳ ୮ ଘଂଟିକା ସମୟରେ ବ୍ଲକ ରେ ବିଭିନ୍ନ ଶିକ୍ଷା ନୁଷ୍ଠାନ ରେ ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ମହିଳା ଓ ବ୍ଲକ କର୍ମଚାରୀ ମାନେ ଏକତ୍ରିତ ହୋଇ ଏହି ଗଣ ଦୌଡ଼ ରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମ କୁ ରିନା ପ୍ରଧାନ ସଂସ୍କୃତିକ ଅଧିକାରୀ ତଥା ବିଡ଼ିଓ ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଗଣେଶ୍ୱର ଭଟ୍ଟ, ବ୍ଲକ ଏକାଉଣ୍ଟ ଅଧିକାରୀ ସୁବ୍ରମନ୍ୟୁ ପଣ୍ଡା , ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଯନ୍ତ୍ରୀ ବାବୁଲୁ ହେମ୍ବ୍ରମ,ଅଜିତ କୁମାର ହୋତା,ଜି ପି ଡି ଓ ଦେବାଶିଷ ମୁଣ୍ଡ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ଲେଙ୍କା , ଏମ ଆଇ , କୋଲନରା ବ୍ଲକ ର ସମସ୍ତ ପି ଈ ଓ , ଏ ଡି ଈ ଓ ଓ ବ୍ଲକର ସମସ୍ତ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଗଣ ଦୌଡ଼ ସମୟରେ ଚାନ୍ଦିଲି ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ l ଠିକ ସେହିପରି ବ୍ଲକ ସମ୍ମିଳନୀ କକ୍ଷ ରେ ଏକ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କବିତା ଆସର କାର୍ଯ୍ୟକ୍ରମ କୁ ରିନା ପ୍ରଧାନ , ବିଡ଼ିଓ ପରିଚାଳନା କରିଥିଲେ l ମଞ୍ଚରେ
ଗଣେଶ୍ୱର ଭଟ୍ଟ, ବି ଏଫ୍ ଓ
ସୁବ୍ରମନ୍ୟୁ ପଣ୍ଡା , ସହକାରୀ ନିର୍ବାହୀ
ମଞ୍ଜୁଲତା ଜେନା , ବି ଈ ଓ
ପ୍ରଫୁଲ୍ଲ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ମଞ୍ଚାଶୀନ ରହିଥିଲେ l ଏହି କବିତା ଆସର କାର୍ଯ୍ୟକ୍ରମ ରେ ରିନାପ୍ରଧାନ , ବିଡ଼ିଓ,ଗଣେଶ୍ୱର ଭଟ୍ଟ, ବି ଏଫ୍ ଓ
ମଞ୍ଜୁଲତା ଜେନା , ବି ଈ ଓ ପ୍ରଫୁଲ୍ଲ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ଜୟଦେବ ସିଠା ଅବସରପ୍ରାପ୍ତ ଶିକ୍ଷକ,ମହେଶ୍ଵତ୍ତା ପାଣିଗ୍ରାହୀ
ମନୋଜ ପାଳ , ସି ପିଧନଞ୍ଜୟ ବଗର୍ତ୍ତି, ଶିକ୍ଷକପ୍ରଦୀପ ନାୟକ , ଶିକ୍ଷକପ୍ରଶାନ୍ତି ସାହୁ, ଶିକ୍ଷକ
ନାରାୟଣ ଚିନ୍ତାଡା, ଶିକ୍ଷକ
ନାରାୟଣ ସ୍ୱାଇଁ, ଶିକ୍ଷକ
କେ ରାଣୀ , ଛାତ୍ରୀଭାଗ ନେଇ କବିତା ପାଠ କରିଥିଲେ l
ଅଜିତ କୁମାର ହୋତା, ଜି ପି ଡି ଓ
ଦେବାଶିଷ ମୁଣ୍ଡ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,ଦେବବ୍ରତ ଲେଙ୍କା , ଏମ ଆଇ,ସମସ୍ତ କନିଷ୍ଠ ଯନ୍ତ୍ରୀ,
ସମସ୍ତ ପି ଈ ଓ , ଏ ଡି ଈ ଓ ଓ ବ୍ଲକର ସମସ୍ତ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ