ରାଜ୍ୟ ଯୁବ ବିଜ୍ଞାନ ମେଳା -୨୦୨୪କନିଷ୍ଠ ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷ୍ମାନ

ରାଜ୍ୟ ଯୁବ ବିଜ୍ଞାନ ମେଳା -୨୦୨୪କନିଷ୍ଠ ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷ୍ମାନ

ରାୟଗଡା : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ହୋଇଯାଇଛି ରାଜ୍ୟ ଯୁବ ବିଜ୍ଞାନ ମେଳା ୨୦୨୪ ।ଏହି ବିଜ୍ଞାନ ମେଳା ର କନିଷ୍ଠ ବର୍ଗ ରେ ରାମନାଗୁଡ଼ା ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀ ରେ ଅଧ୍ୟୟନରତ ଆୟୁଷ୍ମାନ ଚୌଧୁରୀ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରେଲ ୱେ ପ୍ଲାଟଫର୍ମ ରେ ସିଗ୍ନାଲ ଓ ସେନ୍ସର ଓଭରବ୍ରିଜ୍ ସମ୍ବନ୍ଧୀୟ ବିଷୟ ରେ ପ୍ରକଳ୍ପ ନେଇ ସେ ସାରା ରାଜ୍ୟ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ,ପ୍ରମୁଖ ସଚିବ ଚିତ୍ରା ଆରୁମୁଗମ୍ ଉପସ୍ଥିତ ରହି ଆୟୁଷ୍ମାନ ଙ୍କୁ ମାନପତ୍ର ଓ ପାଞ୍ଚ ହଜାର ଟଙ୍କା ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଯୋଗ୍ୟ ଯେ ଆୟୁଷ୍ମାନ ଚୌଧୁରୀ ଗୁମୁଡ଼ା ରେ ଅବସ୍ଥାପିତ ଅଛନ୍ତି ଓ ତାଙ୍କ ପିତା ପ୍ରଫୁଲ୍ଲ କୁମାର ଚୌଧୁରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।ପିତା ମାତା ଙ୍କ ଆଶୀର୍ବାଦ ,ପ୍ରେରଣା ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ଆୟୁଷ୍ମାନ ଏହି ସଫଳତା ପାଇଥିବା ନେଇ ମତ ଦେଇଛନ୍ତି।ଏହି ସଫଳତା ପାଇଥିବା ଯୋଗୁ ଆୟୁଷ୍ମାନ ଚୌଧୁରୀ ଙ୍କୁ ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷକ ଆଶୁତୋଷ ପାତ୍ର,ବିଇଓ ସୁଜନ ମଲ୍ଲିକ ସମସ୍ତ ଶିକ୍ଷକ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *