ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉଦ୍ୟମି ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିଛି ।

ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉଦ୍ୟମି ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିଛି ।ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗ । ଏଥିପାଇଁ ସ୍ବାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ । ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ହୋଇଥିବା ବେଳେ ୟୁଏଆଇଏଲ୍ ର ଏଭଳି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି। ଟିକିରି ତଥା ପର୍ଶ୍ଵସ୍ଥ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ଚେତନା ବିକାଶ ତଥା ସେମାନଙ୍କୁ ଅର୍ଥନୈତିକ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ଉଦ୍ୟମି ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ପ୍ଲାଣ୍ଟ ପ୍ରଭାବିତ ତଥା ପର୍ଶ୍ୱସ୍ଥ କାଶୀପୁର ଓ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକର ୧୦୫ ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସମ୍ପ୍ରତି ଗ୍ରାମରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ତଥା ଏହାର ପରିଚାଳନା ପାଇଁ ଉଦ୍ୟୋଗୀ ମାନଙ୍କୁ ସମ୍ପୂର୍ଣ୍ଣ କୌଶଳ, ପ୍ରାରମ୍ଭିକ ପାଣ୍ଠି, ଆବଶ୍ୟକ ଯାନ୍ତ୍ରିକ ଉପକରଣ, ପ୍ରଶାସନିକ ସହାୟତା ସମେତ କଞ୍ଚାମାଲ୍ ଯୋଗାଇ ବାଜରିକରଣ ପାଇଁ ପ୍ରତେକ୍ଷ ସହଯୋଗ ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଗତ ୨୦୨୧ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଜରିଆରେ ଉତ୍କଳ ଆଲୁମିନା ଚତୃପାର୍ଶ୍ୱ ଗ୍ରାମାଞ୍ଚଳରେ ଶତାଧିକ ଉଦ୍ଯମୀ ମାନେ ନିଜର ଇଛାଶକ୍ତି ଏବଂ କମ୍ପାନୀର ପ୍ରତେକ୍ଷ ସହଯୋଗରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ବାସୁଦେବ ବିଶୋଇ ଏପରି ଜଣେ ସଫଳ ଉଦ୍ୟମି । ଟିକିରି ସହରାଞ୍ଚଳରେ ଛୋଟ ଦୋକାନରୁ ନିଜ ବ୍ୟବସାୟ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟରେ ସେ ଫ୍ଲେକ୍ସ ଓ ଷ୍ଟୁଡିଓ ବ୍ୟବସାୟ କରି ଭଲ ଲାଭବାନ ହୋଇଛନ୍ତି । ବାସୁଦେବ ବିଶୋଇ;(Focus studio Owner) ଏହି ଉଦ୍ୟମି ପ୍ରକଳ୍ପ ଦ୍ବାରା ମୋଟ ୩୦୧ ଟି କ୍ଷୁଦ୍ର ଶିଳ୍ପ ତଥା ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବାବେଳେ ପରୋକ୍ଷ ଭାବେ ୨୪୮ଜଣ ବ୍ୟକ୍ତିବିଶଷଙ୍କୁ ରୋଜଗାର ମିଳିଛି। ଏହାଦ୍ବାରା ପୂର୍ବରୁ ଦାଦନ ଖଟିବାକୁ ଯାଇଥିବା ୩୭ଜଣ ବ୍ୟକ୍ତିଙ୍କୁ ନିଜ ଗ୍ରାମରେ ରହି ରୋଜଗାର କରିବା ପାଇଁ ସୁଯୋଗ ପ୍ରଦାନ କରିଛି । ଉପରୁକ୍ତ ଉଦ୍ୟୋଗ ମଧ୍ୟରୁ ସେବା କ୍ଷେତ୍ରରେ ୧୩୪ ଗୋଟି ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ସ୍ଥଳେ ଉତ୍ପାଦନ କ୍ଷେତ୍ରରେ ୭୦ ଟି ଓ ବ୍ୟବସାୟ ଭିତ୍ତିକ ଶିଳ୍ପରେ ୯୭ ଗୋଟି ଉଦ୍ୟୋଗ କାର୍ଯ୍ୟକାରୀ ହୋଇଛି। ଉଦ୍ୟମି ଦ୍ୱାରା ଉପକୃତ ହୋଇଥିବା ଜଣେ ମହିଳା ଉଦ୍ୟୋଗୀ ହେଉଛନ୍ତି ରୋଜାଲିନ ଖୋରା। ରୋଜାଲିନ ଖୋରା (ସଫଳ ଉଦ୍ୟମି) ଉଦ୍ୟମି ପ୍ରକଳ୍ପ ଜରିଆରେ ପ୍ଲାଣ୍ଟ ଓ ଏହାର ପର୍ଶ୍ଵସ୍ଥ ଅଞ୍ଚଳରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା ହେବା ସହିତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ତଥା ସାମାଜିକ ଉନ୍ନତୀକରଣ ଘଟିଛି। ପୂର୍ବରୁ ଯେଉଁ ବ୍ୟକ୍ତି ବିଶେଷ ମାନେ ଏହି ଉଦ୍ୟୋଗ ଦ୍ଵାରା ଲାଭବାନ ହୋଇଛନ୍ତି । ସେମାନଙ୍କର ମାସିକ ରୋଜଗାର କ୍ଷମତା ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ଅର୍ଥାତ୍ ହାରାହାରି ୬ହଜାର ଟଙ୍କାରୁ ବୃଦ୍ଧି ହୋଇଛି । ସାଂପ୍ରତିକ ସ୍ଥିତିରେ ୧୪ ରୁ ୧୮ ହଜାର ଯାଏଁ ଟଙ୍କା ରୋଜଗାର ସେମାନେ କରିପାରୁଛନ୍ତି । ଏହି ଉଦ୍ୟମି ପ୍ରକଳ୍ପ ଏଣ୍ଟରପ୍ରାଇଯେଶ୍ ଡେଭଲପମେ୍ଟ ଇନଷ୍ଟିଚ୍ୟୁଟେ ଅଫ ଇଣ୍ଡିଆ (ଇଡିଆଇଆଇ) ସହଭାଗିତାରେ କାର୍ଯ୍ୟକାରୀ ହୋଇଛି। ଏହାର କେନ୍ଦ୍ର ପରିଚାଳକ, ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତି ସମସ୍ତ ଜ୍ଞାନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥାନ୍ତି। ଦୈତାରି ସାମନ୍ତରାୟ (କେନ୍ଦ୍ର ମୁଖ୍ୟ) ଉକ୍ତ ସଂସ୍ଥା ଦ୍ୱାରା ଉପରୁକ୍ତ ୧୫୦ ଟି ଗ୍ରାମରେ ସର୍ଭେ ଜରିଆରେ ନୂତନ ଉଦ୍ୟମୀଙ୍କୁ ଚିହ୍ନଟ ତଥା ଅଞ୍ଚଳରେ ଚାହିଦା ମୁତାବକ ଶ୍ରେଷ୍ଠ ଉଦ୍ୟୋଗ ଚୟନ କରି ଆଶାୟୀ ଉଦ୍ୟୋଗୀଙ୍କୁ ଯୋଗ୍ୟ ବିବେଚିତ କରି ସେମାନଙ୍କୁ ସମସ୍ତ ପ୍ରକାର ଯାନ୍ତ୍ରିକ ଓ ବ୍ୟବସାୟୀ ଭିତ୍ତିକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏହି ଉଦ୍ୟମି ପ୍ରକଳ୍ପ ଅଞ୍ଚଳରେ ନୂତନ କ୍ଷୁଦ୍ର ଗ୍ରାମୀଣ ଉଦ୍ୟୋଗ ସୃଷ୍ଟି କରିଥିବା ସ୍ଥଳେ ସ୍ଥାନୀୟ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ଉକ୍ତ ପ୍ରକଳ୍ପ ସଫଳ ରୂପାୟନ ହେବାରୁ ଏହା ଆହୁରି ୩ବର୍ଷ ଯାଏଁ କାର୍ଯ୍ୟକାରୀ ହେବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି।