ରାଜସ୍ଥାନରେ ବିସ୍ଫୋରକ ଭର୍ତ୍ତି ପିକଅପ୍ ଟ୍ରକ୍ ଜବତ, ପୁଲିସର ବଡ଼ ସଫଳତା

Spread the love

ରାଜସ୍ଥାନ: ନାଥଦ୍ୱାରା ଶ୍ରୀନାଥଜୀ ପୁଲିସ ଷ୍ଟେସନ ଏକ ବଡ଼ ଅପରାଧିକ ପରିକଳ୍ପନାକୁ ଭଙ୍ଗିଦେଇଛି। ପୁଲିସ ବିସ୍ଫୋରକ ଭର୍ତ୍ତି ଏକ ପିକଅପ୍ ଟ୍ରକ୍ ଜବତ କରିଛି, ଯାହାକି ବେଆଇନ ଭାବେ ପରିବହନ କରାଯାଉଥିଲା ବୋଲି ପୁଲିସ ସୂଚନା ଦେଇଛି।ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ଆମେତ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ନାଥଦ୍ୱାରା ଦିଗରେ ନେଉଯାଉଥିଲା। ବିସ୍ଫୋରକର ପରିମାଣ, ପ୍ରକାର ଏବଂ ଏହାର ଲକ୍ଷ୍ୟସ୍ଥଳ ସମ୍ବନ୍ଧିତ ସୂଚନା ଅଧ୍ୟାନ ହେଉଛି।ପୁଲିସ ଡ୍ରାଇଭର ଏବଂ ଘଟଣାରେ ଜଡିତ ଅନ୍ୟମାନଙ୍କୁ ପଚରାଉଚରା କରୁଛି। ବିସ୍ଫୋରକ କେଉଁଠାରୁ ଆସିଲା, କିଏ ପଠାଇଥିଲା ଏବଂ କହିଁଠାକୁ ପହଞ୍ଚିବାକୁ ଥିଲା — ସେ ସମସ୍ତ ପ୍ରସଙ୍ଗରେ ତଦନ୍ତ ଚାଲିଛି। ଘଟଣା ପରେ ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜୋରଦାର କରାଯାଇଛି।