ବିଜେତା ଚୟନରେ ପାତର ଅନ୍ତର ନୀତି ଗଜପତି, ମନୋଜ ପାଢ଼ୀ/ ଯୁବ ଉତ୍ସବରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇଥିବା କଳାକାର ମାନଙ୍କ ମଧ୍ୟରେ ବିଜେତା ଚୟନ ରେ ପାତର ଅନ୍ତର ନୀତି ଅପଣାଇଥିବା ଅଭିଯୋଗ କରିଛନ୍ତି କଳାକାର । ଏନେଇ ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ନିକଟରେ କଳାକାରମାନେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପୂର୍ବରୁ କିଛି ନିୟମ ଘୋଷଣା କରଯାଇଥିବା ବେଳେ ତାର ବ୍ୟତିକ୍ରମ କରି ବିଜେତା ଘୋଷଣା କରାଯାଇଛି । ଏହାକୁ ପ୍ରତିବାଦ କରିବାରୁ ଜିଲ୍ଲା ସଂସ୍କୃତି ଅଧିକାରୀ କୁଆଡେ ଦୃବ୍ୟବହାର କରିଥିବା ଭଳି ଅଭିଯୋଗ ଆଣିଛନ୍ତି । କେବଳ ଲାଇଭ ପରିବେଷଣ ପାଇଁ କୁହାଯାଇଥିବା ବେଳେ ରେକର୍ଡ ସଙ୍ଗୀତରେ ନାଚ ପରିବେଶଣକୁ କିଭଳି ବିଜେତା ଘୋଷଣା କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଭରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନେନାଗା କହିଛନ୍ତି ।ସେପଟେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜଙ୍କ କହିବା ହେଲା ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନେ ବି ନିୟମ କୁ ପାଳନ କରି ପାରିନାହାନ୍ତି । ଅନ୍ୟପକ୍ଷରେ ଯେଉଁ ଦୁଇ ଜଣ ଙ୍କୁ ଜର୍ଜ ହିସାବ ରେ ନିଆଯାଇଛି ସେମାନଙ୍କୁ ନୃତ୍ୟ ର କୌଣସି ଜ୍ଞାନ ନଥିବା କଣ୍ଠଶିଳ୍ପୀ କୁ ବସାଯାଇଛି , ସେମାନଙ୍କ ନୃତ୍ୟ ରେ ଜ୍ଞାନ ନଥିବା ବେଳେ ସେମାନେ କିଭଳି ଯୋର୍ଜମେଣ୍ଟ କରିବେ ବୋଲି କିଛି ଗଜପତି କଳାକାର ଅପତି ଆଣିଛନ୍ତି ।

