ଭାରତୀୟ ଦୃଷ୍ଟିବାଧିତ ମହିଳା ଟି–୨୦ ବିଶ୍ୱକପ୍‌ ଚାମ୍ପିୟନ ଦଳକୁ ଭେଟିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭାରତୀୟ ଦୃଷ୍ଟିବାଧିତ ମହିଳା ଟି–୨୦ ବିଶ୍ୱକପ୍‌ ଚାମ୍ପିୟନ ଦଳକୁ ଭେଟିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭାରତୀୟ ଦୃଷ୍ଟିବାଧିତ ମହିଳା ଟି–୨୦ ବିଶ୍ୱକପ୍‌ ଚାମ୍ପିୟନ ଦଳକୁ ଭେଟିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁନୂଆଦିଲ୍ଲୀ: ଭାରତର ପାଇଁ ଐତିହାସିକ ଗୌରବ ଆଣିଥିବା ଦୃଷ୍ଟିବାଧିତ ମହିଳା ଟି–୨୦ ବିଶ୍ୱକପ୍‌ ଚାମ୍ପିୟନ ଦଳ ଆଜି ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭେଟିଛନ୍ତି।ରାଷ୍ଟ୍ରପତି ମୁର୍ମୁ ଦଳର ସଭ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଅଦମ୍ୟ ସାହସ, ଶ୍ରମ ଓ କ୍ରିକେଟ୍ ପ୍ରତି ଅସୀମ ନିଷ୍ଠାକୁ ସ୍ୱାଗତ କରିଛନ୍ତି। ସେ କହିଥିଲେ,“ଆପଣମାନଙ୍କ ଜୟ ଭାରତୀୟ ମହିଳାମାନଙ୍କୁ ନୁହେଁ, ସମଗ୍ର ଦେଶକୁ ପ୍ରେରଣା ଦେଉଛି। ଆପଣମାନେ ଦୃଷ୍ଟିବାଧକତାକୁ ଉଡ଼ାଇ ଦେଇ ଦେଶର ନାଁକୁ ବିଶ୍ୱ ମଞ୍ଚରେ ଉଜ୍ଜ୍ୱଳ କରିଛନ୍ତି।”ଦଳ ସଭ୍ୟମାନେ ମଧ୍ୟ ରାଷ୍ଟ୍ରପତିଙ୍କ ସହ ତାଙ୍କର ଅଭିଜ୍ଞତା, ଚ୍ୟାଲେଞ୍ଜ ଏବଂ ବିଶ୍ୱକପ୍‌ ଯାତ୍ରାର କାହାଣୀ ସେୟାର କରିଥିଲେ। ତାଙ୍କୁ ରାଷ୍ଟ୍ରପତି ମୁର୍ମୁ ଅଗାମୀଦିନରେ ଆହୁରି ବଡ଼ ସଫଳତା ପାଇଁ ଶୁଭେଚ୍ଛା ଦେଇଛନ୍ତି।ଏହି ସମ୍ମାନ ଓ ଭେଟିଘାଟ ଭାରତୀୟ ବିଶେଷ କ୍ଷମତା ସମ୍ପନ୍ନ ଖେଳାଳିମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ମୁହୂର୍ତ୍ତ ଭାବେ ଗଣାଯାଉଛି।