ଗଜପତିରେ ଏକ ବିରଳ ବାହାଘର….. ପ୍ରେମ ପାଇଁ ସାତସମୁଦ୍ର ପାର ହୋଇ ୟୁରୋପରୁ ଆସିଲେ ଯୁବତୀ, ହିନ୍ଦୁରୀତି ଅନୁଯାୟୀ ଓଡ଼ିଆପୁଅକୁ ବାହା ହୋଇ ଏନା ହେଲେ ଅନନ୍ୟା

ଗଜପତିରେ ଏକ ବିରଳ ବାହାଘର….. ପ୍ରେମ ପାଇଁ ସାତସମୁଦ୍ର ପାର ହୋଇ ୟୁରୋପରୁ ଆସିଲେ ଯୁବତୀ, ହିନ୍ଦୁରୀତି ଅନୁଯାୟୀ ଓଡ଼ିଆପୁଅକୁ ବାହା ହୋଇ ଏନା ହେଲେ ଅନନ୍ୟା
Spread the love

ଗଜପତିରେ ଏକ ବିରଳ ବାହାଘର….. ପ୍ରେମ ପାଇଁ ସାତସମୁଦ୍ର ପାର ହୋଇ ୟୁରୋପରୁ ଆସିଲେ ଯୁବତୀ, ହିନ୍ଦୁରୀତି ଅନୁଯାୟୀ ଓଡ଼ିଆପୁଅକୁ ବାହା ହୋଇ ଏନା ହେଲେ ଅନନ୍ୟା ।ଗଜପତି, 28/11(ମନୋଜ ପାଢ଼ୀ)ପ୍ରେମ ହିଁ ଶାଶ୍ୱତ, ତେଣୁ ୟୁରୋପର ସ୍ଲୋଭାକିଆରୁ ଜଣେ ଯୁବତୀ ସାତ ସମୁଦ୍ର ପାର ହୋଇ ଗଜପତି ଜିଲ୍ଲାରେ ପହଞ୍ଚି ଜଣେ ଓଡ଼ିଆ ଯୁବକଙ୍କୁ ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ କରି ଏନା ବନିଲେ ଅନନ୍ୟା । ଏହି ଘଟଣା ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ୟୁରୋପର ସ୍ଲୋଭାକିଆ ଯୁବତୀ ଗଜପତିର ଓଡ଼ିଆ ଯୁବକଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରି ଓଡ଼ିଶାର ବୋହୂ ହୋଇଛନ୍ତି | ସେ ହେଲେ, ୟୁରୋପୀୟ ଦେଶ ସ୍ଲୋଭାକିଆର ଯୁବତୀ ଏନା | ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରାମଲିଙ୍ଗେଶ୍ଵର ମନ୍ଦିରରେ ସେ ପାରଳାଖେମୁଣ୍ଡିର ରାଜୀବ ମିଶାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।ରାଜୀବ ସିଙ୍ଗାପୁରରେ କାମ କରୁଥିଲେ | ଏକ ହସ୍ପିଟାଲରେ ଏନାଙ୍କ ସହ ତାଙ୍କର ଦେଖା ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା I ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ | ଏ ସଂପର୍କରେ ଉଭୟ ନିଜ ନିଜ ପରିବାରଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ | ନିଷ୍ପତ୍ତି ଅନୁଯାୟୀ ବୁଧବାର ରାତିରେ ପାରଳା ସହର ନିକଟରେ ଥିବା ରାମଲିଙ୍ଗେଶ୍ବର ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା । ରାଜୀବଙ୍କ ପରିବାରଲୋକ ଏନାଙ୍କ ନାମକୁ ଭାରତୀୟ ନାମ ଅନୁସାରେ ଅନନ୍ୟା ଦେଇଛନ୍ତି । ଏହି ବିବାହ ଉତ୍ସବରେ ଉଭୟ ପକ୍ଷର ସମସ୍ତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଉପସ୍ଥିତ ଥିଲେ।