ଲରମ୍ଭା କଲେଜରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।

ଲରମ୍ଭା କଲେଜରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।
Spread the love

ଲରମ୍ଭା କଲେଜରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ୭୮ ତମ ସମ୍ବିଧାନ ଦିବସ ରାଜନୀତି ବିଭାଗ ଦ୍ବାରା ପାଳିତ ହୋଇଯାଇଅଛି। ପ୍ରଥମେ ବାବା ସାହେବ ଓ ସମଲେଇଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ସମ୍ବିଧାନ ପ୍ରସ୍ତାବନା ଉପରେ ଶପଥ ପାଠ କରାଯାଇଥିଲା ।ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଡ.ନେପାଳ ପ୍ରଧାନ , ସମ୍ମାନିତ ଅତିଥି ଡ.ଦିଗମ୍ବର ଚାନ୍ଦ, ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଦିବ୍ୟାଭାରତୀ ନାଏକ, ଅଧ୍ୟାପକ ସମୀର କୁମ୍ଭାର, ଦିଲିପ କୁମାର ସାହୁ , ସୁନୀଳ କୁମାର ପ୍ରଧାନ, ବଡବାବୁ ପ୍ରମୋଦ ଚନ୍ଦ୍ର ସେଠ ମଂଚାସୀନ ରହି ସମ୍ବିଧାନ ପ୍ରଣେତା ବାବାସାହେବ ଡ.ଭୀମରାଓ ଆମ୍ବେଦ କରଙ୍କ ଜୀବନୀ, ଆଦର୍ଶ ସହ ସଂପ୍ରତି ସାମ୍ବିଧାନିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ଏ ଉପରେ ହୋଇଥିବା ତର୍କ , କୁଇଜ, ଝୋଟି ଓ ପୋଷ୍ଟର ଚିତ୍ର ପ୍ରଦର୍ଶନ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଅଧ୍ୟାପକ ଦିଲିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଦିବସରେ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।