Brazil’s Former President Bolsonaro Sentenced to 27 Years in Prison

Bolsonaro sentenced 27 years Brazil Supreme Court news Jair Bolsonaro prison sentence 2022 Brazil election controversy Bolsonaro Trump

ବ୍ରାଜିଲ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରଙ୍କୁ ୨୭ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଛି ବ୍ରାଜିଲ ସୁପ୍ରିମକୋର୍ଟ।୨୦୨୨ ମସିହାର ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସତ୍ତ୍ୱେ, ବୋଲସୋନାର କ୍ଷମତା ଛାଡ଼ିବାକୁ ଇଚ୍ଛୁକ ନ ଥିବା ଓ ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଦୋଷୀ ଠାରୁଆଯାଇଛନ୍ତି।ଦୀର୍ଘ ଅନୁସନ୍ଧାନ ଓ ଶୁଣାଣି ପରେ, ସୁପ୍ରିମକୋର୍ଟ ବୋଲସୋନାରଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଗୁରୁତର ଦଣ୍ଡାଦେଶ ଦେଇଛି। ବୋଲସୋନାର ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଦୃଢ଼ ସମର୍ଥକ ବୋଲି ଜଣାଶୁଣା।