କେନ୍ଦୁଝରରେ କଲେଜ ବସ୍‌ ଓ ହାଇୱାର ମୁହାଁମୁହିଁ ଧକ୍କା: ୭ ଜଣ ଆହତ

କେନ୍ଦୁଝରରେ କଲେଜ ବସ୍‌ ଓ ହାଇୱାର ମୁହାଁମୁହିଁ ଧକ୍କା: ୭ ଜଣ ଆହତ

କେନ୍ଦୁଝର: ଜିଲ୍ଲାର ଚମ୍ପୁଆ-ଝାଡ଼ଖଣ୍ଡ ସୀମା ମାଣିକପୁର ନିକଟରେ ଆଜି ପ୍ରଭାତି କଲେଜ ବସ୍‌ ଓ ହାଇୱା ମୁହାଁମୁହିଁ ଧକ୍କା ହେବାରୁ ୭ ଜଣ ଆହତ ହୋଇଛନ୍ତି।ଦୁର୍ଘଟଣାରେ ଦୁଇ ଗାଡିର ଡ୍ରାଇଭରଙ୍କ ସହିତ ୫ ଜଣ କଲେଜ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ତୁରନ୍ତ ଚମ୍ପୁଆ ମେଡିକାଲ୍‌କୁ ନେଇ ଭର୍ତ୍ତି କରିଛନ୍ତି। ମେଡିକାଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଆହତଙ୍କ ଅବସ୍ଥା ସ୍ଥିର ଅଛି।ଦୁର୍ଘଟଣା କିପରି ହେଲା ତାହାର ତଦନ୍ତ ଚାଲିଛି।