ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଖାଇଗଲେ ଲକ୍ଷାଧିକ ଟଙ୍କା ।
ଆର, ଉଦୟଗିରି(ମନୋଜ କୁମାର ପାଢୀ/ ୩୦/୧୧/୨୪ -ଦୁର୍ନୀତିର ଗନ୍ଥା ଘର ପାଲଟିଛି ଆର.ଉଦୟଗିରି ବ୍ଳକ । ତତ୍କାଳିନ ସରକାର ଙ୍କ ଛତ୍ର ଛାୟା ତଳେ ନିଜର କାୟା ବିସ୍ତାର କରି ଲୁଟିଚାଲୁଥିଲେ ସରକାରୀ ବାବୁ ମାନେ । ଦୁର୍ଗମ ଅଞ୍ଚଳରେ ନିରୀହ ଆଦିବାସୀ ମାନଙ୍କୁ ମିଛ ପ୍ରଲୋଭନ ଦେଖାଇ ଖାଇ ଯାଉଛନ୍ତି ଲକ୍ଷ୍ୟ ଲକ୍ଷ ଟଙ୍କା । ଏଭଳି ଦୃଶ୍ୟ ଆପଣ ନ ଦେଖିଲେ ବିଶ୍ୱାସ କରିବେନି । ଏହେଉଚି ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଞ୍ଚଳ ଡ଼ମ୍ବଢିଅ ଗ୍ରାମ । ଗ୍ରାମରେ ବାସ ବାସ କରନ୍ତି ଉଭୟ ସାହି ମିଶି 100 ପରିବାର । ହେଲେ ଏହି ଉପର ସାହିକୁ ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଏକ କମ୍ୟୁନିଟ୍ ଗୃହ ସରକାରଙ୍କ ତରଫରୁ ପ୍ରସ୍ତାବ ହୋଇଥିଲା । ସରକାରୀ ବାବୁ ମାନେ ଓ ବିଭାଗୀୟ ଅଧିକାରୀ ମାନେ ଆସି ଜାଗା ଚିହ୍ନଟ କରିଲେ । ଲୋକଙ୍କୁ କାମ କରିବା ଲାଗି ନିର୍ଦ୍ଦେଶ ଦେଲେ । କାମ ଆରମ୍ଭ ହେଲା ପାହାଡ କାଟି ରାସ୍ତା ନିର୍ମାଣ ହେଲା । ଆଉ ପଥର ଫଟାଇ ଗୋଡ଼ି ମେଟାଲ ମଧ୍ୟ ଗଦା ହେଲା । ହେଲେ ଟଙ୍କା ଆଜି ଯାଏ ଆସିଲା ନାହିଁ । ବାରମ୍ବାର ଗ୍ରାମବାସୀ ସରପଞ୍ଚ ,ସମିତି ଏପରିକି ଜିଲ୍ଲା ପରିଷଦ ଓ ବିଭାଗୀୟ ଜେଇ ଙ୍କୁ ପଚାରିଲେ ସେ ଦେଖାଉଛନ୍ତି ବିଡ଼ିଓ ଙ୍କୁ ବିଡିଓ ବୁଝିବାକୁ ଗଲେ ସନ୍ତୋଷ ଜନକ ଉତ୍ତର ଦେଉନଥିବା କହିଛନ୍ତି ଗ୍ରାମ ବାସୀ । ସମସ୍ତ କାମ ନିଜ ଅର୍ଥରେ କରିଥିବା ରୁ ସେହି ଅର୍ଥ ମଧ୍ୟ ଆଜି ଯାଏ ମିଳିନଥିବା ଅଭିଯୋଗ କରିଛନ୍ତି । ଏପରିକି ଆମ ଓଡ଼ିଶା ନବୀନ ଓଡ଼ିଶା ଫଳକ ମଧ୍ୟ ନିଜ ଟଙ୍କାରେ ନିର୍ମାଣ କରିଛନ୍ତି । ଏହା ନିର୍ମାଣ କରିବାକୁ ନିଜେ ଯନ୍ତ୍ରୀ କହିଥିବା ମଧ୍ୟ କହିଛନ୍ତି ଗ୍ରାମବାସୀ ବର୍ତ୍ତମାନ ଯନ୍ତ୍ରୀ ଧରା ଦେଉଛନ୍ତି ନା ବିଭାଗୀୟ ଅଧିକାରୀ । ଏ ବିଷୟରେ ଆର.ଉଦୟଗିରି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାରେ ସେ ସିଧା ସଳଖ କହିଥିଲେ ଜିଲ୍ଲା ପାଳ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି । ଆଉ କିଭଳି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଆପଣ ଏହି ଚିତ୍ର ଦେଖିଲେ ଜାଣିପାରିବେ । ତତ୍କାଳିନ ସରକାରଙ୍କ ଛାତ୍ର ଛାୟା ତଳେ ରହି କିଭଳି ଲୋକଙ୍କୁ ଭୂଆ ବୁଲାଇ ଆସୁଥିଲେ ସରକାରୀ ବାବୁ ମାନେ ଏହା ହେଉଛି ତାହାର ନଗ୍ନ ଚିତ୍ର । ତେବେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ହେଉ ଅବା ବ୍ଲକ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ହିଁ ଲୋକଙ୍କ ଅପେକ୍ଷା ।