ଗଜପତିରେ 3 କୋଟିରୁ ଉର୍ଦ୍ଧ ମୂଲ୍ୟର 30 ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ ପୋଡ଼ଗଲା
ଗଜପତି -/ମନୋଜ ପାଢ଼ୀ /
ଗଜପତି ଜିଲ୍ଲାରେ ବେଆଇନ ଭାବେ ଚୋରାରେ ଚାଷ କରାଯାଇଥିବା 3 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛକୁ କଟାଯାଇ ନିଆଁ ଲଗାଇ ପୋଡି ଦିଆ ଯାଇଥିବା ଜଣାପଡିଛି । ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ଦୁରିଙ୍ଗିଗୁଡା ଜଙ୍ଗଲରେ ବିସ୍ତିର୍ଣ ଅଞ୍ଚଳରେ ଚୋରା ଗଞ୍ଜେଇ ଚାଷ କରାଯାଇଥିବା ଖବର ଅବକାରୀ ବିଭାଗ ଠାରେ ପହଞ୍ଚି ଥିଲା । ଏହାପରେ ଗଜପତି ଜିଲ୍ଲା ମୋହନା ବ୍ଲକର ଅବକାରୀ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କ ସହ ଅଡବା ଥାନାର ସମସ୍ତ କର୍ମଚାରୀ ଆର. ଉଦୟଗିରି ଅବକାରୀ ବିଭାଗର ସମସ୍ତ କର୍ମଚାରୀ, ଏପିଆର ଫୋର୍ସ, ରାଜସ୍ୱ ଓ ବନ ବିଭାଗର ମିଳିତ କର୍ମଚାରୀ ଆନୁକୂଲ୍ୟରେ ଦାରିଙ୍ଗିଗୁଡା ଜଙ୍ଗଲରେ ମିଳିତ ଚଢାଉ କରାଯାଇଥିଲା ।
ମୁଖ୍ୟ ରାସ୍ତାରୁ 3 କିମି ଦୂରରେ ବିପଦପୁର୍ଣ ପାହାଡ଼ ଉପରେ ଚୋରାରେ ଚାଷ କରାଯାଇଥିବା ଅଞ୍ଚଳକୁ ସମସ୍ତ ପଦାଧିକାରୀ ପାଦ ଚଲାରେ ପାହାଡ଼ ଚଢି ପହଂଚିଥିଲେ । ପହଞ୍ଚିବା ପରେ ସେଠାରେ 15 ହେକ୍ଟର ଜଙ୍ଗଲ ଜମିରେ ଚାଷ କରାଯାଇଥିବା 30 ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ପୋଡି ଦିଆ ଯାଇଛି । ପୋଡା ଯାଇଥିବା ସମସ୍ତ ଗଞ୍ଜେଇ ଗଛର ମୂଲ୍ୟ 3 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ପ୍ରଦାନ କରିଛନ୍ତି ।ଏହି ଚୋରା ଗଞ୍ଜେଇ ଚାଷ କାରବାରରେ କେହି ଗିରଫ ହୋଇନଥିବା ଅବକାରୀ ବିଭାଗ ପ୍ରକାଶ କରି ଜଣାଇଛି । ଏନେଇ ମକଦ୍ଦ୍ୱମା ରୁଜୁ କରିବା ସହ ତଦନ୍ତ ଜାରି ରହିଛି ।
