ପାଣି ଅଭାବ,ଦିନକୁ ୧୫୦୦ ଟଙ୍କା ଦେଇ ପିଉଚୁ ପାଣି I
ଗଜପତି (ମନୋଜ ପାଢୀ)-ଗ୍ରୀଷ୍ମ ଋତୁ ରୁଦ୍ର ଉତ୍ତାପ ପ୍ରଭାବ ଯୋଗୁଁ ନଈ ନାଳ, ଝରଣା ଓ କୁଅଁ ପାଣି ଶୁଖି ପାନୀୟ ଜଳ ସଙ୍କଟ ଦେଖାଦେଇଛି I ଫଳରେ ବୈଠକ କରି ଏକ ଟ୍ୟାଙ୍କର ମାଧ୍ୟମରେ ଦୈନିକ ୧୫୦୦ ଟଙ୍କା ଦେଇ ପାଣି କିଣି ପିଉଛନ୍ତି ଲୋକେ I ଟ୍ୟାଙ୍କର ଗାଡ଼ି ଲାଗିବା ମାତ୍ରେ ପିଲାଠୁ ଆରମ୍ଭ କରି ଯୁବା ଓ ବୃଦ୍ଧା ବୟକ୍ସ ବ୍ୟକ୍ତି ନିଜ ନିଜର ହାଣ୍ଡି ମାଟିଆ ଘେନି ଧାଡ଼ି ବାନ୍ଦି ଠେଲା ଫେଲା ହୋଇ ପାଣି ନେଉଛନ୍ତି I ଜୁର ଜାର ମୁଲକ ତାର ଯାହାର ବଳ ଅଛି ସେ ପାଣି ମିଳିଲା ଯିଏ ଦୁର୍ବଳ ସେ ପାଣି ପାଇବାରେ ବଞ୍ଚିତ ଏପରି ସମସ୍ୟା ଅଭିଯୋଗ କରିଛନ୍ତି ଗଜପତି ଜିଲ୍ଲା, ମୋହନା ବ୍ଲକ, ଖାରୀଗୁଡା ପଞ୍ଚାୟତ ଅଧିନସ୍ଥ ଚଞ୍ଚଡ଼ାପଲ୍ଲୀ ଗାଁ ଲୋକେ I ଗାଁରେ ୩୨ପରିବାର ବସବାସ କରୁଛନ୍ତି ଜନ ସଂଖ୍ୟା ୩୦୨ରୁ ଉର୍ଦ୍ଧ ରହିଛି I କୁଅଁ ଓ ନଳ କୂପ ଗୋଟିଏ ଲେଖାଏଁ ରହିଛି କୁଅଁ ଓ ନଳ କୁପରେ ଦୈନିକ ୨ରୁ ୩ହାଣ୍ଡି ପାଣି ମିଳୁଛି ଏ ନେଇ ଜାମେସ ଶବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗ୍ରୀଭେନ୍ସ ମାଧ୍ୟମରେ ଲିଖିତ ଓ ମୌଖିକ ଭାବେ ପଞ୍ଚାୟତ ପାନୀୟ ଜଳ ଯୋଗାଣ ବିଭାଗକୁ ଅବଗତ କରିଥିଲେ ତଥାପି ସୁଫଳ ମିଳି ନ ଥିବା କହିଛନ୍ତି I ଏ ନେଇ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କର୍ଣ୍ଣ ଗୋଚର ନେବାକୁ ପହଞ୍ଚିଥିଲୁ ମୋହନା ବ୍ଲକ ଅଫିସକୁ କିନ୍ତୁ ବିଡିଓ ଅନ୍ୟତ୍ର କାର୍ଯ୍ୟରେ ଯାଇଥିବାରୁ ବିଡ଼ିଓ ଙ୍କ ପ୍ରତିକ୍ରିୟା ମିଳିନାହିଁ I ପାନୀୟ ଜଳ ସଙ୍କଟ ସମାଧାନ କରା ନ ଯାଏ ତେବେ ଆଗାମୀ ଦିନରେ ରାସ୍ତା ରୋକ୍ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଚଞ୍ଚଡ଼ାପଲ୍ଲୀ ଗାଁ ଲୋକେ I ପାଣି ସମସ୍ୟା ଅଭିଯୋଗ ସତ୍ତ୍ୱେ ପଞ୍ଚାୟତ ପାନୀୟ ଜଳ ବିଭାଗ ସମାଧାନ କରିବେ କି ନା ନାହିଁ ଦେଖିବାକୁ ବାକି ରହିଲା ।
