ଟିକାବାଲି ରେ ଜିଲ୍ଲାସ୍ତରୀୟ ପରମ୍ପରା ବିକାଶ ଯାତ୍ରା ର ଶୁଭଉଦଘାଟନ ଉତ୍ସବ ପାଳିତ
………………………………
କନ୍ଧମାଳ :-ତା ୧୫/୧୧/୨୫ (ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ହାଇସ୍କୁଲ ପଡ଼ିଆରେ ଆଜି ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନର ଆନୁକୂଲ୍ୟ ରେ ଆଜି ସହିଦ ବିର୍ସା ମୁଣ୍ଡା ଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ଅବସରରେ ପାରମ୍ପରିକ ବିକାଶ ଯାତ୍ରା ର ଶୁଭା ଆରମ୍ଭକାର୍ଯ୍ୟକ୍ରମ ସଂଗଠନ ର ସଭାପତି ଶ୍ରୀ ଦୁର୍ବାସା ସେଠି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି l ଏହି ଯାତ୍ରା ର ମୁଖ୍ୟ ଉର୍ଦ୍ଧେଶ୍ୟ ଆଦିବାସୀ ଙ୍କ ମଧ୍ୟରେ ଥିବା ପାରମ୍ପରିକ ଔଷଧ, ଜଡ଼ି ବୁଟି,ଚାଷ ବିହନ ସରଂକ୍ଷଣ, ପରମ୍ପରା ଗୀତନାଚ ଭାଷା ଲିପି,ସଂସ୍କୃତି ଏବଂ ଗାଁର ଛ ତିଅଣ ନ ଭଜା ରୋଷଇ, ଗାଁ ସଭା ପୁରାତନ ଖେଳ ଜଙ୍ଗଲ ଜାତ ଖାଦ୍ୟ ପଦାର୍ଥ ଇତ୍ୟାଦି ଯାହା କି ବର୍ତମାନ ମଡେଲ ଯୁଗରେ ଆଧୁନିକ ସଭ୍ୟତା ରେ ଧୀରେ ଧୀରେ ଲୋପ ପାଉଛି ତାକୁ କେମିତି ସାଇତି ରଖିହେବ ଆଗାମୀ ପିଢ଼ି ପାଇଁ ଏବଂ ଗ୍ରାମାଞ୍ଚଳ ରେ ହେଉଥିବା ପୁରୁଣା ଚାଷ କାଙ୍ଗୁ, ମାଣ୍ଡିଆ, କୁଏରୀ, ଯଅ,ଆଦିକୁ କିପରି ପ୍ରାଧାନ୍ୟ ଦେଇ ଚାଷ କରିହେବ ସେଥିପାଇଁ ଏକ ଏହି ଯାତ୍ରା ଆରମ୍ଭ କରିଛି ସଂଗଠନ l
ଆଜିର ଏହି କାର୍ଯ୍ୟକ୍ରମ ରେ ଟିକାବାଲି ସମିତି ଅଧ୍ୟକ୍ଷ ଦିଲିପ କଂହର, ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥିଭାବେ ସରପଞ୍ଚ ଗଦାଗୁଡା ପୁଷ୍ପଲତା ପ୍ରଧାନ, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଳିକ, ଓଡିଶା ଶ୍ରମଜୀବୀ ମଞ୍ଚ ରଆବାହକ ଅଞ୍ଜନ ପ୍ରଧାନ,ହାସଟାଗ ୱାରୀଓର ଆମନ ନାୟକ ଏବଂ ସଂଗଠନ ର ସଦସ୍ୟ ସଦସ୍ୟା ଏବଂ ସଂଗଠନ କର୍ମୀ, ସସ୍ମିତା ମଳିକ, ଶୀଧେଶ୍ୱର ନାୟକ, ସୁଧା କର ପ୍ରଧାନ, ମନୁ ଦିଗାଲ, ହରି ଚନ୍ଦ୍ର ଦଳ ବେହେରା ଉପସ୍ଥିତ ରହିଥିବା ବେଳେ ସାମ୍ବା ଦିକ ବଂଧୁ ହେମନ୍ତ ମୁଖି ଜୋସେଫ ଦିଗାଲ, ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସଞ୍ଜୟ ଦିଗାଲ l ଆଜିର ଏପରି ଏକ ସଂସ୍କୃତି ଓ ପରମ୍ପରା କୁ ରାଜ୍ୟସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ କିପରି ପହଂଚି ପାରିବ ସେଥିପାଇଁ ପ୍ରୟାସ କାଯ୍ୟକ୍ରମ ଟିକୁ ଉପସ୍ଥିତ ସମସ୍ତ ଅତିଥିମାନେ ସାଧୁବାଦ ଜ୍ଞାପନ କରିଥିଲେ l

Leave a Reply

Your email address will not be published. Required fields are marked *