ଗୁମ୍ମା ବ୍ଲକର ଲାତୁରୁଗଡ ବନ୍ଧ ଭାଙ୍ଗି ହୋଇଥିବା ଫସଲ କ୍ଷତିକୁ ପାରଳାଖେମୁଣ୍ଡି ବିଧାୟକ ଅନୁଧ୍ୟାନ କଲେ । ଗଜପତି:୧୩/୧୧(ମନୋଜ ପାଢୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତ ଅନ୍ତର୍ଗତ ଲାତୁରଗଡ ଗ୍ରାମର ଦୁଲୁଦୂଲୁ ବନ୍ଧ ଭାଙ୍ଗି ଧାନ ଓ ବିଭିନ୍ନ ଫସଲ ସମ୍ପୂର୍ଣ ଭାବେ କ୍ଷତି ହୋଇଥିବା ଖବର ପାଇ ସେ ସ୍ଥାନକୁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପହଞ୍ଚି କ୍ଷତି ହେଉଥିବା ଜମି ଗୁଡ଼ିକ ବୁଲି ଦେଖିଥିଲେ । ସେଠିକାର ଚାଷୀମାନେ ଆସି ବିଧାୟକଙ୍କୁ କ୍ଷତି ହୋଇଥିବା ଫସଲ ବିଷୟରେ ଅବଗତ କରିବା ସହ ଲିଖିତ ଭାବେ ଜଣାଇଥିଲେ. ବିଧାୟକ ଏହି ଘଟଣା ନେଇ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇ ତୁରନ୍ତ କ୍ଷତିପୁରଣ ପ୍ରଦାନ ପାଇଁ ପଦେକ୍ଷପ ନେବେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *