ଶୀତରୁତୁ ରୋଗ ପାଇଁ ସଚେତନl ଓ ସ୍ଵାସ୍ଥ୍ୟ ଶିବିର **

ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ରୋଗ ପ୍ରତିରୋଧ ପାଇଁ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ଶୀତଦିନେ ଅଧିକ ଧୂଳି ଓ ପୁଷ୍ପରେଣୁ ଉଡୁଥିବାରୁ ଶ୍ୱାସ, ଇନଫ୍ଲୁଏଞ୍ଜା ହେବ, ମାକ୍ସ ପିନ୍ଧନ୍ତୁ,ପୁରାଶରୀରକୁ ଘୋଡାଇ ରଖନ୍ତୁ,ସଫା ରଖନ୍ତୁ ସୋରିଷ ତେଲ କିମ୍ବା ଗୁଳୁଚି ତେଲ ମାଲିସ୍ କରନ୍ତୁ l ଫଳରେ ଚର୍ମରୋଗ ଓ ଥଣ୍ଡା ହେବନାହିଁ l ଗରମ ଲୁଗା, ଟୋପି ପିନ୍ଧନ୍ତୁ l ସଜ ଶାଗ, ପରିବା, ଫଳ,ଉଷ୍ଣଜଳ ଓ ଖାଦ୍ୟ ସେବନ କରନ୍ତୁ l କୋଷ୍ଠକାଠିନ୍ୟ, ଅର୍ଶ ହେବନାହିଁ ।ସବୁ ଶିରା ଧମନୀ ସଙ୍କୁଚିତ ହୋଇ ହୃଦଘାତ, ଗଣ୍ଠିବାତ ଭୟ ଥାଏ ନିଜକୁ ଶୀତରୁ ରକ୍ଷା କରନ୍ତୁ l ରକ୍ତଚାପ ଅଳ୍ପ ଅଧିକ ରହିବ ଭୟକରନ୍ତୁ ନାହିଁ l ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ ଶିବିରର ପରିଚାଳନାରେ ସମାଜସେବୀ ଡି. ଶ୍ରୀନିବାସ ସହଯୋଗ କରିଥିଲେ।ଏହି ଶିବିର ପ୍ରତି ସୋମବାରରେ ଅନୁଷ୍ଠିତ ହେଉଛି ଏହାର ସୁଯୋଗ ନିଅନ୍ତୁ ବୋଲି ଡ଼l. ନକୁଳ ସାହୁ କହିଛନ୍ତି, ଯୋଗାଯୋଗ ନଂ 9861450612 ।

Leave a Reply

Your email address will not be published. Required fields are marked *