କଇଁଝର ପଞ୍ଚାୟତରେ ୫୨ ଏକର ଜଙ୍ଗଲରେ ଲାଗିଥିବା ଗଞ୍ଜେଇ ଚାଷ କଟାଗଲା…..

ଟିକାବାଲି ୭/୧୧/ (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବଢିବାରେ ଲାଗି ରହିଛି। ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରେ ଅବକାରୀ, ଫରେଷ୍ଟର, ପୋଲିସ୍ ର ମିଳିତ ରେ ଗଞ୍ଜେଇ ଚାଷ କୁ ଦୈନଦିନ କୋଟିକୋଟି ଟଙ୍କାର ଗଛ କାଟା ଯାଉଛି। ଏଭଳି ଦିନକୁ ଦିନ ଟିକାବାଲି ବ୍ଲକ୍ ରେ ବିଭିନ୍ନ ପଞ୍ଚାୟତରେ ବା ଗ୍ରାମାଞ୍ଚଳରେ ମଧ୍ୟ ଗଞ୍ଜେଇ ଚାଷ ବଢିବାରେ ଲାଗି ରହିଥିବା ବେଳେ ଆଜି କୈାଣସି ପ୍ରକାରେ ଖବର ପାଇ ଟିକାବାଲି ଥାନ ଅଧିକାରୀଣୀ ପ୍ରାଜ୍ଞା ରିତମ୍ଭରା କର ଙ୍କ ନିର୍ଦେଶ କ୍ରମେ ଇନିଷ୍ପେଟର ରବିନ୍ଦ୍ର ହେମ୍ବ୍ରମ, ଫୁଲବାଣୀ ଅବକାରୀ ବିଭାଗର ଇନ୍ ଚାର୍ଜ , ଜଡବ ପ୍ରଧାନ, ଜି ଉଦୟଗିରି ବନାଞ୍ଜଳ , ଟିକାବାଲି ବନାଞ୍ଚଳ କର୍ମଚାରୀ ତଥା ଟିକାବାଲି ତହସିଲଦାର ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ପ୍ରଧାନ, ଫୁଲବାଣୀ ରୁ ଆସିଥିବା ରିଜର୍ଭ ଫୋର୍ସ ବାଟାଲିୟନ, ଏବଂ ପୋଲିସ୍ କର୍ମଚାରୀ ମିଳିତଭାବେ ଟିକାବାଲି ବ୍ଲକ୍ ଅନ୍ତର୍ଗତ କଇଁଝର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଡକପଦର ,ନାଗିରି ଗୁଡ଼ାରୀ, ଦଣ୍ଡେରି , ଗଣ୍ଡ ଗାଁ, ଭଳି ବିଭିନ୍ନ ଜଙ୍ଗଲରେ ଲାଗିଥିବା ୫୨ ଏକରରେ ୫୨ ହଜାର ଗଞ୍ଜେଇ ଚାଷ କଟାଯାଇ ନିଆଁରେ ପଡ଼ି ନଷ୍ଟ କରାଯାଇଛି । ଯାହାର ମୂଲ୍ୟ ୫ କୋଟି ୨୦, ଲକ୍ଷ୍ୟ ଟଙ୍କା ହେବବୋଲି ଜଣାପଡ଼ିଛି । ଏନେଇ ଥାନା ଅଧିକାରୀଣୀ ପ୍ରାଜ୍ଞା ରିତମ୍ଭରା କର ୨୪୦/୨୫ ରେ ମାମଲା ରୁଜୁକରି ଆହୁରି ତଦନ୍ତ ଚଲାଇ ଥିବା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *