ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପକ୍ଷରୁ ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା
ରାୟଗଡା : ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ରାୟଗଡା ସହର ଉପଖଣ୍ଡ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି । ଏହି ଶୋଭାଯାତ୍ରାକୁ ରାୟଗଡ଼ା ଉପିଲ୍ଲାପାଳ ଶ୍ରୀମତି କଲ୍ୟାଣୀ ସଂଘମିତ୍ରା ଦେଵୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଉକ୍ତ ଶୋଭାଯାତ୍ରାରେ ଶିକ୍ଷାର୍ଥୀ ହାତରେ ପ୍ଲାକାର୍ଡ ଧରି ଚିକିତ୍ସା ଜନିତ ସଚେତନତା ବାର୍ତ୍ତା ଦେଇ ସ୍ଥାନୀୟ ଗଜପତି ଛକ ଠାରୁ ବାହାରି ଜିସିଡି ପଡ଼ିଆ ଠାରେ ପହଞ୍ଚିଥିଲେ । ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା, ସୁରକ୍ଷିତ ଉପଚାର କରିବା, ନିଜେ ସ୍ଵଚ୍ଛ ରହିବା ସହ ନିଜ ଚତ୍ରୁପାର୍ଶ୍ଵକୁ ସଫା ରଖିବା ଇତ୍ୟାଦି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଫାର୍ମାସୀ ବିଭାଗ ଅଧ୍ଯକ୍ଷ ଡଃ ଚନ୍ଦ୍ରଶେଖର ପାତ୍ର, ଲୋକ ସଂପର୍କ ଅଧିକାରୀ ତୁଷାର ରଞ୍ଜନ ସାହୁ, ଅଧ୍ୟାପକ ଗୋପାଳକ୍ରିଷ୍ଣା ପାଢ଼ୀ, ଡଃ ଲାଡି ଅଲିକ କୁମାର, ଅବିନାଶ ପାତ୍ର, ଡଃ ହରଗୌରୀ ମିଶ୍ର, ଶ୍ୟାମସୁନ୍ଦର ସାହୁ, ପଲ୍ଲିଶ୍ରୀ ଭୁକ୍ତା, ବବିତା ଅଧିକାରୀ, ସଂଘମିତ୍ରା ଶତପଥୀ, ଶୈଲଜା ସାହୁ, ଜି.ଶିବାନୀ, କାମିନୀ ସେଠୀ, ଭରତ ଭୂଷଣ ସାହୁ, ରୂପ ରଞ୍ଜନ ରଥ, ଡଃ ଦୀପଙ୍କର ରଥ, ୱାଇ.ଭି.ଭି.ଯୋଗେନ୍ଦ୍ରଙ୍କ ସମେତ ସମସ୍ତ ଫାର୍ମାସୀ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ