ଟିକାବାଲି କଲେଜ ଠାରେ ସାଇବର ଠୋକେଇ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ରେ ସାଇବର ଠୋକେଇ, ଇନ୍ସୁରାନ୍ସ ଉଦ୍ୟମ ପୋର୍ଟାଲ, ଏବଂ ସଂଚୟ, ଖର୍ଚ୍ଚ ଉପରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହୋଦୟ ସାଇବର ଠୋକେଇ ଯେପରି କୌଣସି ଛାତ୍ର ଛାତ୍ରୀ ନ ପଡନ୍ତି ତାହା ଉପରେ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସହଯୋଗ କରିଥିଲେ l ଜିଲ୍ଲା ସଂଯୋଜକ ଶ୍ରୀ ବଚନ ମାଝୀ, ସହଯୋଗୀ ସୁବ୍ରତ ଦିଗାଲ, ଗ୍ରାମାଞ୍ଚଳ ର ଭାଇ ଓ ଭଉଣୀ ଯେପରି ଶିକ୍ଷା କ୍ଷେତ୍ରରେ ବା ଯେକୌଣସି ଟଙ୍କା ପଇସା ରେ ମଧ୍ୟ ନିଜକୁ ସଚେତନ ରହିବା ସୁରକ୍ଷିତ ରହିବା ପାଇଁ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ସାଇବର ଠୋକେଇ ଉପରେ ଆଲୋକ ପାତ କରିଥିଲେ l ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ର ସାଇବର ଠୋକେଇ ଉପରେ ନିଜର ମତାମତ ଦେବା ସହିତ ନିଜ ନିଜ କୁ ସୁରକ୍ଷା ଦେବା ସୁରକ୍ଷିତ ହେବା ପାଇଁ ସୁନ୍ଦର ମତାମତ ରଖିଥିଲେ l

Leave a Reply

Your email address will not be published. Required fields are marked *