ନଈ ପାଣିରେ ଭାସି ଯାଇ ଥିବା ଭୀମ ମଣ୍ଡଳଙ୍କ ମୃତ ଦେହ ଉଦ୍ଧାର ।(ଗଜପତି) (ମନୋଜ ପାଢୀ) ଦୀର୍ଘ ଦୁଇ ଦିନ ଧରି ଖୋଜା ଖୋଜି ପରେ ମିଳିଲା ନଈ ପାଣିରେ ଭାସି ଯାଇ ଥିବା ଭୀମ ମଣ୍ଡଳଙ୍କ ମୃତ ଦେହ ।ଘଟଣାରୁ ପ୍ରକାଶ ଯେ ବାତ୍ୟା ମୋନ୍ଥା ବେଳେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭାଲିଆ ସାହି ବାସିନ୍ଦା ଭୀମ ମଣ୍ଡଳ ଓ ତାଙ୍କ ପରିବାର ଆଶ୍ରୟ ସ୍ଥଳୀରେ ରହିଥିଲେ। ବାତ୍ୟା ସରିବା ପରେ ଗୁରୁ ବାର ଦିନ ସେମାନେ ନିଜ ଘରକୁ ଫେରିଥିଲେ। ଭୀମ ମଣ୍ଡଳଙ୍କ ପରିବାର ଙ୍କ କହିବା ଅନୁସାରେ ଘରର କିଛି ସଉଦା ଆଣିବା ପାଇଁ ନଈ ଆରପାରିକୁ ଭୀମ ଯାଇଥିଲେ। କିନ୍ତୁ ରାତି ଯାଏ ଆଉ ଘରକୁ ଫେରି ଆସି ନ ଥିବା ରୁ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଖୋଜା ଖୋଜି କରି ଥିବା ବେଳେ ତାଙ୍କ ପିନ୍ଧିଥିବା ଚପଲ ନଈ କୁଳରୁ ପାଇଥିଲେ। ଶୁକ୍ର ବାର ଦିନ ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ବିଡ଼ିଓ ଓ ପୁଲିସ ଥାନା ଜଣାଇବା ପରେ ଅଗ୍ନିଶମ ବିଭାଗ ଓ ଓଡରାଫ ର ବାହିନୀ ର କର୍ମଚାରୀ ମାନେ ଭଲିଆ ସାହି ଗ୍ରାମ ନିକଟରେ ଥିବା ନଦୀ ସ୍ଥଳରେ ପହଁଚି ଖୋଜା ଖୋଜି ଆରମ୍ଭ କରିଥିଲେ। ହେଲେ ଗତ କାଲି ସନ୍ଧ୍ୟା ହୋଇଯାଇ ଥିବାରୁ ଖୋାଜା ଖୋଜି ବନ୍ଦ କରି ଆଜି ସକାଳ ଠାରୁ ପୁଣି ଖୋଜା ଖୋଜି କରିବା ପରେ ମୁହାଣ ଗ୍ରାମ ନିକଟରେ ଭୀମ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ଓ ଓଡରାଫ୍ ଟିମ୍। ଶବ ଉଦ୍ଧାର କରିବା ପରେ ରାୟଗଡ ପୁଲିସ ୧୦/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମେଡିକାଲ କୁ ପଠାଇ ଥିବା ଦେଖିବାକୁ ମିଳିଛି। ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ରାୟଗଡ ପୁଲିସ ପ୍ରକାଶ କରିଛି।ପ୍ରକାଶ ଥାଉ କି ଭାଲିଆ ସାହି ଗାଁ ଯିବାକୁ ହେଲେ ନଦୀ ପାର ହୋଇ ଯିବାକୁ ହୁଏ । ନଦୀ ଉପରେ ପୋଲ କି ବ୍ରିଜ ନ ଥିବା ଯୋଗୁଁ ଖୋଲା ନଈ ରେ ଏପଟରୁ ସେ ପଟକୁ ବନ୍ଧା ଯାଇଥିବା ଦଉଡ଼ି ସାହାଯ୍ୟରେ ନଦୀ ପାର ହେଵାକୁ ପଡିଥାଏ। ସେ ଦିନ ବି ଭୀମ ମଣ୍ଡଳ ବଢ଼ି ନଦୀ ଉପରେ ଦଉଡ଼ି ସାହାଯ୍ୟରେ ଯିବା ବେଳେ ତାଙ୍କ ଗୋଡ ଖସି ଯାଇଥିବ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି ସ୍ଥାନୀୟ ଲୋକ ଓ ପରିବାର ଲୋକେ। ଏପରି ଛୋଟ ବଡ଼ ଅଘଟଣ ପୂର୍ବରୁ ବହୁତ ଘଟିଛି। ଉକ୍ତ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ତାଙ୍କ କଥା କେହି ଶୁଣିନଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।
