ସେମିଳିଗୁଡ଼ା ମହାବିଦ୍ୟାଳୟରେ ଶୋକସଭା
ସେମିଳିଗୁଡ଼ା:୨୪/୧୦/୨୫ସେମିଳିଗୁଡ଼ା ମହାବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସଦସ୍ୟ, ସିତମର ସମ୍ପାଦକ ଏବଂ ଜଣାଶୁଣା ବ୍ୟବସାୟୀ ଶ୍ରୀ ଲକ୍ଷ୍ମଣ କୁମାର ରାଉତଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଶିକ୍ଷା ଜଗତ ଏବଂ ସମଗ୍ର ସମୁଦାୟର ଏକ ଅପୂରଣୀୟ କ୍ଷତି ଘଟିଛି। ୧୯ ଅକ୍ଟୋବର ରେ ୭୬ ବର୍ଷ ବୟସରେ ଶ୍ରୀ ଲକ୍ଷ୍ମଣ ରାଉତଙ୍କ ଦେହାନ୍ତ ନିଜସ୍ଵ ବାସଭବନରେ ହୋଇଥିଲା। ଶ୍ରୀ ରାଉତ ସେମିଳିଗୁଡ଼ା ମହାବିଦ୍ୟାଳୟର ଉନ୍ନତି ଏବଂ ବିକାଶରେ ସର୍ବଦା ନିଜସ୍ଵ ଯୋଗଦାନ ଦେଇଛନ୍ତି । ସେ ଟ୍ରକ୍ ମାଲିକ ସଂଘର ସମ୍ପାଦକ ଥିବା ସମୟରେ ଯୁକ୍ତ ଦୁଇ ବିଜ୍ଞାନ ସେମିଳିଗୁଡ଼ା ମହାବିଦ୍ୟାଳୟରେ ଆରମ୍ଭ କରିବା ପାଇଁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ଟ୍ରକ୍ ମାଲିକ ସଂଘ ଦେଇଥିଲା।ମହାବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ ଭାବରେ ସେ ଯେଉଁ ଦୂରଦର୍ଶିତା ପ୍ରଦର୍ଶନ କରିଥିଲେ, ତାହା ଏହି ଶିକ୍ଷା କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ସ୍ୱରୂପ ଦେବାରେ ସାହାଯ୍ୟ କରିଥିଲା। ତାଙ୍କର ଶିକ୍ଷା ବ୍ୟବସ୍ଥା ଏବଂ କର୍ମଠତା ମହାବିଦ୍ୟାଳୟ ପରିବାର ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ। ଏହି ସଭାରେ ଅଧ୍ୟକ୍ଷା ଡ. ଝାନ୍ ସି ସିଂହ ତାଙ୍କ ଜୀବନର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।ଏହି ଅପୂରଣୀୟ କ୍ଷତିରେ ସମଗ୍ର ମହାବିଦ୍ୟାଳୟ ପରିବାର ମର୍ମାହତ ହୋଇଛି। ଶ୍ରୀ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜି ମହାବିଦ୍ୟାଳୟର ସେମିନାର କକ୍ଷରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ମହାବିଦ୍ୟାଳୟର ଡ.ଶୁଭ୍ରାଂଶୁ ସୁନ୍ଦର ଦାସ, ଡ.ଗୀତା ପଟ୍ଟନାୟକ,ଭାଗିରଥି ରାଉତ,ହର ପ୍ରସାଦ ପତି, ସୁରେଶ ପାଇକରାୟ, ଡ.ଅଲେଖ ପଣ୍ଡା,ଶିବାଶିଷ ପଟ୍ଟନାୟକ, ହରେକୃଷ୍ଣ ସାହୁ,ବାସନ୍ତୀ ଶ୍ରୀ,ରୋନାଲି ନାୟକ, ଡ.ରମେଶ ମଲ୍ଲିକ,ଚନ୍ଦନ, ବିନୋଦ ଲେଙ୍କା , ସୁକାନ୍ତ ପ୍ରଧାନ, ସହିତ ସମସ୍ତ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଈଶ୍ୱର ତାଙ୍କ ଅମର ଆତ୍ମାକୁ ଚିରଶାନ୍ତି ପ୍ରଦାନ କରନ୍ତୁ, ଏହା ହିଁ ହେଉଛି ଆମର ପ୍ରାର୍ଥନା।

